ରାଜ୍ୟରୁ ପୁଣି ୬୦ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୭।୭ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନି। ମଙ୍ଗଳବାର କରୋନା ଆଉ ୬୦ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୫୬୩୪କୁ ବୃଦ୍ଧି ପାଇଛି। ୬୦ ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ୧୪ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧା ଜିଲାରୁ ୮ ଜଣ ଥିବା ବେଳେ କଟକ ଓ ଅନୁଗୋଳରୁ ୬ ଜଣ ଲେଖାଏ, କେନ୍ଦୁଝର ଓ ପୁରୀରୁ ୫ ଜଣ ଲେଖାଏ, ବୌଦ୍ଧ ଓ ସମ୍ବଲପୁରରୁ ଜଣ ୪ ଲେଖାଏ , ଭଦ୍ରକରୁ ୨, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ଓ ନୟାଗଡ଼ରୁ ଜଣେ ଲେଖାଏ ଅଛନ୍ତି।

Share