ଛତ୍ରପୁର,୨୮।୬(ଡି.ଏନ.ଏ.): ଗଞ୍ଜାମ ଜିଲାରେ ରବିବାର ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଜିଲାରେ କରୋନା ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ମୃତକ ଜଣକ ଜିଲାର ୭୫ ବର୍ଷୀୟ ବୃଦ୍ଧ। ପୂର୍ବରୁ ସେ ହାଇପରଟେନ୍ଶନ ଏବଂ ମଧୁମେହ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।