କେନ୍ଦ୍ରାପଡା ଅଫିସ/ଆଳି,୮।୭(ଡି.ଏନ୍.ଏ.): କରୋନାରେ କେନ୍ଦ୍ରାପଡ଼ା ଜିଲାରେ ପ୍ରଥମ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଆଳି ବ୍ଲକ ଏରଡଙ୍ଗ ପଞ୍ଚାୟତର ୪୯ ବର୍ଷୀୟ ବ୍ୟକ୍ତି ବୋଲି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛିା ସେ ଦିଲ୍ଲୀରେ ରହୁଥିଲେ । ଗତ ଜୁନ ୧୩ ତାରିଖରେ ପଞ୍ଚାୟତରେ ପହଞ୍ଚି ସଙ୍ଗରୋଧ କେନ୍ଦ୍ରରେ ଥିଲେ । ତାଙ୍କର ମଧୁମେହ ଥିଲା । ୧୪ ତାରିଖରେ ତାଙ୍କର ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ପ୍ରଥମେ ଆଳି ସିଏଚ୍ସି ଓ ପରେ କଟକ ବଡ ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରା ଯାଇଥିଲାା କୋଭିଡ-୧୯ ପରୀକ୍ଷଣ ପରେ ପଜିଟିଭ ବାହାରିବାରୁ ତାଙ୍କୁ କୋଭିଡ ହସପିଟାଲକୁ ସ୍ଥାନାନ୍ତର କରା ଯାଇଥିଲା । ଗତ ୫ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିବା ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।