କରୋନା ନେଲା ଭାଟକୁମରଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ଜୀବନ

ପୁରୁଷୋତ୍ତମପୁର,୧୬।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ରବିବାର ଆଉଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଭାଟକୁମରଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ବି . କ୍ରିଷ୍ଣା (୪୫)। ଏହାକୁ ମିଶାଇ ଏଠାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି।
ସୂଚନାଯୋଗ୍ୟ, ଡାକ୍ତର ବି. କ୍ରିଷ୍ଣା ଗତ ୪ ତାରିଖରେ ପୁରୁଷୋତ୍ତମପୁର ବ୍ଲକ ରାଣୀ ଗାଁଠାରେ ଲୋକଙ୍କ ଲାଗି ହୋଇଥିବା ଟେଷ୍ଟିଂ ସେଣ୍ଟର କ୍ୟାମ୍ପରେ ନିଜର ସ୍ବାବ ପରୀକ୍ଷା କରିଥଲେ। ପରେ ରିପୋର୍ଟ ପଜିଟିଭ ଆସିବା ପରେ ଗତ ୫ତାରିଖରେ ଭୁବନେଶ୍ବର କିମସ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବାବେଳେ ରବିବାର ଭୋରୁ ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ଉଭୟ ଭାଟକୁମରଡା ଓ ପୁରୁଷୋତ୍ତମ ପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଶୋକର ଛାୟା ଖେଳିଯାଇଛି।