ବରଗଡ଼ରେ ପହଞ୍ଚିଲା କରୋନା ଟିକା

ବରଗଡ଼ ଅଫିସ୍‌,୧୩।୧: ବରଗଡ଼କୁ ବୁଧବାର ରାତ୍ରିରେ କରୋନା ଟିକା ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟରେ ୭୨୫୦ ଡୋଜ୍‌ ଟିକା ଆସିଛି । ବରଗଡ଼ ସହରସ୍ଥିତ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ତାକୁ ସୁରକ୍ଷିତ ରଖାଯାଇଛି। ଆସନ୍ତା ୧୬ ତାରିଖରୁ ଟିକାକରଣ ଆରମ୍ଭ ହେବ ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡ଼ିଏମଓ) ଡା. ଅରୁଣ କୁମାର ପାତ୍ର ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀ ଏବଂ ଡାକ୍ତରମାନଙ୍କୁ ଟୀକା ପ୍ରଦାନ କାର୍ଯ୍ୟକ୍ରମ ରହିଥିବା ସେ କହିଛନ୍ତି।

Share