Categories: ଜାତୀୟ

ଗୁରୁ ନାନକଙ୍କ ଜନ୍ମଦିବସ ପୂର୍ବରୁ ଖୋଲିବ କର୍ତାରପୁର କରିଡର

ନୂଆଦିଲ୍ଲୀ,୧୬।୧୧: ଆସନ୍ତା ୧୯ ତାରିଖରେ ପାଳିତ ହେବାକୁ ଯାଉଛି ଗୁରୁ ନାନକଙ୍କ ଜନ୍ମଦିବସ। ଏହି ଉପଲକ୍ଷେ ପାକିସ୍ତାନ ସଂଲଗ୍ନ କର୍ତାରପୁର କରିଡର ଖୋଲିବା ପାଇଁ ଶିଖ୍‌ ସମ୍ପ୍ରଦାୟ ଏବଂ ଶ୍ରଦ୍ଧାଳୁଙ୍କ ଦୀର୍ଘ ଦିନର ଦାବିକୁ କେନ୍ଦ୍ର ସରକାର ପୂରଣ କରିଛନ୍ତି। ବୁଧବାର କର୍ତାରପୁର କରିଡର ଖୋଲାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି।

ରବିବାର ଶିଖ୍‌ ସମ୍ପ୍ରଦାୟର ଏକ ପ୍ରତିନିଧି ଦଳ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି କରିଡର ପୁଣି ଖୋଲିବା ନିମନ୍ତେ ନିବେଦନ କରିଥିଲେ। କର୍ତାରପୁର କରିଡର ପଞ୍ଜାବର ଗୁରୁଦାସପୁର ସ୍ଥିତ ଡେରା ବାବା ନାନକ ସାହିବ୍‌ରୁ ପାକିସ୍ତାନରେ ଥିବା ଦରବାର ସିଂ ସାହିବ୍‌ ଗୁରୁଦ୍ୱାରକୁ ସଂଯୋଗ କରିଥାଏ। ଶିଖ ଶ୍ରଦ୍ଧାଳୁମାନେ ବିନା ଭିଜାରେ ସେଠାକୁ ଯାଇଥାନ୍ତି। ୨୦୨୦ ମାର୍ଚ୍ଚରେ କୋଭିଡ୍‌ ମହାମାରୀ କାରଣରୁ ଏହାକୁ ବନ୍ଦ କରିଦିଆଯାଇଥିଲା। ଏହି ଘୋଷଣା ପରେ ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ପ୍ରଧାନମନ୍ତ୍ରୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share