Categories: ଜାତୀୟ

ଖୋଲିଲା କରତାରପୁର କରିଡର

ନୂଆଦିଲ୍ଲୀ,୧୮ ।୧୧: ଦୀର୍ଘ ପ୍ରାୟ ୨୦ ମାସ ପରେ ଖୋଲିଛି କରତାରପୁର କରିଡର । ପ୍ରଥମଥର ପାଇଁ ୨୮ ଜଣ ଭାରତୀୟ ଶିଖ ବୁଧବାର ଭିଜା ମୁକ୍ତ ପଥ ବ୍ୟବହାର କରି ପାକିସ୍ତାନର ପବିତ୍ର ଗୁରୁଦ୍ୱାର କରତାରପୁର ସାହେବ ପହଞ୍ଚିଛନ୍ତି । ଏମାନଙ୍କ ମଧ୍ୟରେ ମହିଳା ବି ସାମିଲ ଅଛନ୍ତି । ଗୁରୁବାର ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ସକାଳ ପ୍ରାୟ ୧୧ଟାରେ ତାଙ୍କର ସମ୍ପୂର୍ଣ୍ଣ କ୍ୟାବିନେଟ ସହ କରତାରପୁର କରିଡର ଗୁରୁଦ୍ୱାର ଦର୍ଶନରେ ଯିବେ । ତେବେ ସେଠାକୁ ଯାତ୍ରା କରିବାକୁ ହେଲେ କରୋନାର ଦୁଇଟି ଯାକ ଡୋଜ ଟିକା ନେଇଥିବା ଆବଶ୍ୟକ ନଚେତ୍ ଆର୍‌ଟିପିସିଆର୍ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି ।

Share