କାର୍ତ୍ତି ଚିଦାମ୍ବରମ୍‌ଙ୍କ ଓଡ଼ିଶା ଲିଙ୍କ୍‌: ଝାରସୁଗୁଡ଼ାରେ ସିବିଆଇ

ଝାରସୁଗୁଡ଼ା ଅଫିସ,୧୭।୫: ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ବଙ୍କ ପୁଅ ତଥା କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମ୍‌ଙ୍କ ଲିଙ୍କ୍‌ରେ ଝାରସୁଗୁଡ଼ାରେ ସିବିଆଇ ରେଡ୍‌ କରୁଛି। ଏକକାଳୀନ ୬ଟି ରାଜ୍ୟର ୯ଟି ସ୍ଥାନରେ ସକାଳ ୬ରୁ ରେଡ୍‌ ଚାଲିଛି ।
ସୂଚନାନୁସାରେ, ୨୦୧୦-୧୪ ମଧ୍ୟରେ ହୋଇଥିବା ବିଦେଶୀ କାରବାର ସମ୍ପର୍କରେ ଅନୁସନ୍ଧାନକାରୀ ସଂସ୍ଥା କାର୍ତ୍ତି ଚିଦାମ୍ବରମ୍‌ଙ୍କ ବିରୋଧରେ ଏକ ନୂଆ ମାମଲା ରୁଜୁ କରିଛି।
ସେହି ଅନୁଯାୟୀ ଦେଶର ୯ଟି ସ୍ଥାନରେ ଚଢ଼ାଉ କରିଛି। ଏହିକ୍ରମରେ ଝାରସୁଗୁଡ଼ାର ବେଦାନ୍ତ ଆଲୁମିନା ପ୍ରକଳ୍ପରେ ତଦନ୍ତ କରୁଛି ୭ ଜଣିଆ ସିବିଆଇ ଟିମ୍‌ । ମଙ୍ଗଳବାର ସକାଳ ୭ଟାରେ ସିବିଆଇ ଝାରସୁଗୁଡ଼ାରେ ପହଞ୍ଚି ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ସଂଗ୍ରହ କରିଥିଲେ।

Share