ଲିକ ହେଲା କାର୍ତ୍ତିକ-କିଆରାଙ୍କ ୱେଡିଂ ଭିଡିଓ!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଓ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଯୋଡିକୁ ଦର୍ଶକେ ବେଶ ପସନ୍ଦ କରନ୍ତି । ଏମାନେ ବଡ ପରଦାରେ ପୁଣିଥରେ ଜଲୱା ଦେଖାଇବାକୁ ପ୍ରସ୍ତୂତ ହୋଇ ଗଲେଣି । କିଆରା ଓ କାର୍ତ୍ତିକ ଖୁବଶୀଘ୍ର ମୁଭି ସତ୍ୟପ୍ରେମ କି କଥାରେ ନଜର ଆସିବେ । ଏବେ ମୁଭିର ଶୁଟିଂ ସେଟରୁ ଏକ ସିନ ଲିକ ହୋଇଛି । ସତ୍ୟପ୍ରେମ କି କଥାରୁ କାର୍ତ୍ତିକ ଓ କିଆରାଙ୍କ ୱେଡିଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି ଏହି ଯୋଡି ମଣ୍ଡପରେ ସାତ ଫେରା ନେଉଛନ୍ତି । ଏମାନେ ଖୁବ୍ ଇମୋଶନାଲ ଦେଖାଯାଉଛନ୍ତି । ଭିଡିଓରେ କାର୍ତ୍ତିକ ସେରୱାନି ସହ ପଗଡି ପିନ୍ଧିଥିବା ବେଳେ କିଆରା ଲେହେଙ୍ଗାରେ ଖୁବ୍ ସୁନ୍ଦର ଲାଗୁଛନ୍ତି । ଏହାସହ କିଆରା ଲାଲ ଦୁପଟ୍ଟା ବି ପିନ୍ଧିଛନ୍ତି । ଫିଲ୍ମର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଦର୍ଶକଙ୍କ ମଧ୍ୟରେ ଫିଲ୍ମ ଦେଖିବାକୁ ଉତ୍ସାହ ବଢି ଯାଇଛି ।
ସୂଚନା ମୁତାବକ ମୁଭି ସତ୍ୟପ୍ରେମ କି କଥାର ନିର୍ଦ୍ଦେଶକ ହେଉଛନ୍ତି ସମିର ବିଦ୍ୱାଂଶ । ସେ ନ୍ୟାଶନାଲ ଆୱାର୍ଡ ୱିନିଂ ମରାଠି ମୁଭି ଆନନ୍ଦି ଗୋପାଳ ପାଇଁ ବେଶ ପରିଚିତ । ଏବେ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ମୁଭି ୨୯ ଜୁନରେ ରିଲିଜ ହେବ । ଏହି ମୁଭି ମାଧ୍ୟମରେ ସମିର ବଲିଉଡ ନିର୍ଦ୍ଦେଶନାରେ ଡେବ୍ୟୁ କରିଛନ୍ତି । ପ୍ରଥମେ ଏହି ମୁଭିର ନାମ ସତ୍ୟନାରାୟଣ କି କଥା ଥିବା ବେଳେ ପରେ ଏହାକୁ ପରିବର୍ତ୍ତନ କରି ସତ୍ୟପ୍ରେମ କି କଥା କରାଯାଇଛି । କାତ୍ତିକ ଓ କିଆରା ଏହା ପୂର୍ବରୁ ମୁଭି ଭୁଲ ଭୁଲେୟା ୨ରେ ଏକାଠି ନଜର ଆସିଥିଲେ ।

Share