ରାସ୍ତା କଡରେ ଚାଇନିଜ ଫୁଡ ଖାଉଥିବା ନଜର ଆସିଲେ କାର୍ତ୍ତିକ

ମୁମ୍ବାଇ: ବଲିଉଡ୍ ନାୟକ କାର୍ତ୍ତିକ ଆର୍ଯ୍ୟନ ଏବେ ତାଙ୍କ ମୁଭି ‘ଧମାକା’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ନିକଟରେ ସେ ବିଗବସ୍ ୧୫ରେ ୱିକଏଣ୍ଡ ୱାରରେ ନିଜ ମୁଭିର ପ୍ରମୋଶନ ପାଇଁ ପହଞ୍ଚିଥିଲେ । ତେବେ କାମ ସରିବା ପରେ କାର୍ତ୍ତିକ ତାଙ୍କ ପେଟପୂଜା କରିବାକୁ ବାହାରି ପଡିଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି କାର୍ତ୍ତିକ ରାସ୍ତା କଡରେ ଚାଇନିଜ ଫୁଡ ଖାଉଛନ୍ତି । ସେ ତାଙ୍କ ସାଙ୍ଗଙ୍କ ସହ ନିଜ ଲେମ୍ବୋର୍ଗିନି ଗାଡିର ବୋନେଟ ଉପରେ ଖାଇବା ରଖି ଖାଉଥିବା ନଜର ଆସିଛି । ଆଉ ଯେତେବେଳେ ତାଙ୍କ ଉପରେ କ୍ୟାମେରା ଲାଇଟ୍ ପଡିଛି ସେତେବେଳେ ସେ ହସି ହସି କହୁଛନ୍ତି, ୟାର ଖାନେ କା ଡକ୍ୟୁମେଣ୍ଟାରୀ ହୋତା ହୈ । ତାଙ୍କର ଏହି ଭିଡିଓ ବିଗବସ୍ ଶୁଟିଂ ସରିବା ପରର । ତେବେ କାର୍ତ୍ତିକଙ୍କର ଏହି ବିନମ୍ରତାକୁ ନେଇ ତାଙ୍କ ପ୍ରଶଂସକ କମେଣ୍ଟ କରିଛନ୍ତି । ସେମାନେ ଲେଖିଛନ୍ତି ଖୋଲା ହୃଦୟ ବ୍ୟକ୍ତି ହେଉଛନ୍ତି କାର୍ତ୍ତିକ । ବହୁତ ସାଦାସିଧା ମଣିଷ । ଏମିତି ବହୁ କମେଣ୍ଟ ମିଳିଛି । ସୂଚନାଯୋଗ୍ୟ, କାର୍ତ୍ତିକଙ୍କ ମୁଭି ‘ଧମାକା’ ୧୯ ନଭେମ୍ବରରେ ଲଞ୍ଚ କରାଯିବ । ଏଥିରେ ସେ ଜଣେ ଟେଲିଭିଜନ ଜର୍ନାଲିଷ୍ଟ ଭୂମିକାରେ ନଜର ଆସିବେ ।

Share