ନୂଆ ଫିଲ୍ମର ଶୁଟିଂ କରି ଫଟୋ ଶେୟାର କଲେ କାର୍ତ୍ତିକ ଆର୍ଯ୍ୟନ

ମୁମ୍ବାଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଫିଲ୍ମ ‘ଧମାକା’ରେ ଜବରଦସ୍ତ ଅଭିନୟ କରିବା ପରେ ଏବେ ସେ ତାଙ୍କର ଆଗାମୀ ପ୍ରୋଜେକ୍ଟକୁ ନେଇ ଖୁବ୍‌ ବ୍ୟସ୍ତ ଅଛନ୍ତି । ତାଙ୍କ ଅଭିନୀତ ଫିଲ୍ମ’ଧମାକା’କୁ ସଫଳତା ମିଳିବା ପରେ ଏବେ ତାଙ୍କ ପାଖରେ ଅନେକ କାମ ରହିଛି । ଆଉ ଏବେ ସେ ଦିଲ୍ଲୀରେ ଫିଲ୍ମ’ଶେହଜାଦ’ର ଶୁଟିଂ ଆରମ୍ଭ କରି ଦେଇଛନ୍ତି ।

କାର୍ତ୍ତିକ ଆର୍ଯ୍ୟନ ଦିଲ୍ଲୀରେ ସୁଟିଂ ଆରମ୍ଭ କରିବା ସହିତ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହ ଫଟୋ ଶେୟାର କରୁଛନ୍ତି । ସେ ଫଟୋ ଶେୟାର କରି ଲେଖିଛନ୍ତି ଯେ, ‘ଦିଲ୍ଲୀରେ ଶେହଜାଦ’। ତେବେ ଏହା ଏକ ଆକ୍ସନ ଫିଲ୍ମ ହେବାକୁ ଯାଉଛି । ଏହାର ନିର୍ଦ୍ଦେଶନା ଦେଉଛନ୍ତି ରୋହିତ୍‌ ଧାଓ୍ବନ। ଏହି ଫିଲ୍ମଟି ୪ ନଭେମ୍ବର ୨୦୨୨ ରିଲିଜ୍‌ ହେବାକୁ ଯାଉଛି । ଏଥିରେ କାର୍ତ୍ତିକ ଆର୍ଯ୍ୟନଙ୍କ ସମେତ, କ୍ରିତି ସାନନ, ମନିଷା କୋଇରାଲା,ପରେଶ ରାଓ୍ବଲ, ରେନିତ୍‌ ରୟ ଏବଂ ସଚିନ ଖେଣ୍ଡକର ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ ।

Share