ବାହା ହେବାକୁ ଚାହୁଁଛନ୍ତି କାର୍ତ୍ତିକ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ତାଙ୍କ ଅଭିନୟ ପାଇଁ ଖୁବ୍ କମ ସମୟ ମଧ୍ୟରେ ଦର୍ଶକଙ୍କ ନିକଟତର ହୋଇ ପାରିଛନ୍ତି । କିଛି ଶାନଦାର ମୁଭିରେ କାର୍ତ୍ତିକଙ୍କ ଅଭିନୟକୁ ଦେଖିବାକୁ ମିଳିଛି । ଅଳ୍ପ ଦିନର କ୍ୟାରିୟରରେ ସେ ବେଶ ସଫଳତା ଅର୍ଜନ କରିଛନ୍ତି । ବଡ ପରଦାରେ ତାଙ୍କୁ ଦେଖିବାକୁ ପ୍ରଶଂସକ ପାଗଳ ହୋଇଯାଉଛନ୍ତି । ଏହାରି ଭିତରେ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ ଖବର ସାମ୍ନାକୁ ଆସିଛି । ଜି ସିନେ ଆୱାର୍ଡସ ସମୟରେ କାର୍ତ୍ତିକ ତାଙ୍କ ପ୍ରଶଂସକଙ୍କୁ ଏକ ଗୁଡ ନ୍ୟୁଜ ଦେଇଛନ୍ତି । ଏହି ସମୟରେ ସେ ତାଙ୍କ ବିବାହକୁ ନେଇ ଏମିତି କିଛି ଖବର ଶେୟାର କରଛନ୍ତି ।
ଶୁକ୍ରବାର କାର୍ତ୍ତିକ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି । ଏଥିରେ ଦେଖିବାକୁ ମିଳିଛି ଅଭିନେତା ଜି ସିନେ ଆୱାର୍ଡ ମଞ୍ଚରେ ଢୋଲ, ନଗାଡା ବଜାଇ ଏଣ୍ଟ୍ରି କରୁଛନ୍ତି । ଏହାପରେ ସେ କହୁଛନ୍ତି, ହଂସତେ, ହଂସତେ ସବକୋ ନମସ୍ତେ । ଆପଣମାନେ ଭାବୁଥିବେ ମୁଁ ଏଠାକୁ ବ୍ୟାଣ୍ଡ ବାଜା ନେଇ କାହିଁକି ଆସିଛି । ଏବେ ଦେଖନ୍ତୁ ନା ବଲିଉଡରେ ଜଣକ ପରେ ଜଣେ ସମସ୍ତଙ୍କ ବ୍ୟାଣ୍ଡ ବାଜୁଛି, ସମସ୍ତେ ଘୋଡା ଚଢୁଛନ୍ତି, ସମସ୍ତଙ୍କ ୱିକେଟ ପଡୁଛି । ହେଲେ ଗୋଟିଏ ୱିକେଟ ଏବେ ପର୍ଯ୍ୟନ୍ତ କାହିଁକି ପଡିନାହିଁ । ଏବେ ଭାବୁଛି ସାଦିକା ଲଡୁ ଖାଇକି ଦେଖିବା କେମିତି ଲାଗୁଛି । ପ୍ୟାର କା ପଞ୍ଚନାମା ତ କରି ନେଇଛି । ଏବେ ସାଦି କା ପଞ୍ଚନାମା ବି କରି ନେବି । ସେଥିପାଇଁ ଏହି ମଞ୍ଚରେ ସମସ୍ତଙ୍କୁ ସାକ୍ଷି ରଖି ସମସ୍ତ ପ୍ରଶଂସକଙ୍କୁ ଖୁସି ଖବର ଦେବାକୁ ଚାହୁଁଛି କି ମୁଁ ବିବାହ କରିବାକୁ ଯାଉଛି । କାର୍ତ୍ତିକଙ୍କ ଏମିତି କଥା ଶୁଣି ସେଠାରେ ଥିବା ସମସ୍ତ ସେଲିବ୍ରିଟି ହସି ପକାଇ ଥିଲେ ।
ଇଲିଜିବଲ ସିଙ୍ଗଲ କ୍ଲବରେ କାହିଁକି ରହିଯାଇଛି । ହେଲେ ଏବେ ପାଣିପାଗ ବଦଳି ଯାଇଛି । ମୁଁ ବି ବିବାହ କରିବାକୁ ଚାହୁଁଛି ।

Share