‘ପଠାନ୍‌’କୁ ଟକ୍କର ଦେବ ‘ଶେହଜାଦା’

ମୁମ୍ବାଇ: ଅଭିନେତା କାର୍ତ୍ତିକ ଆର୍ୟନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଶେହଜାଦା’ର ଟ୍ରେଲର ଜାନୁୟାରୀ ୧୨ରେ ମୁକ୍ତିଲାଭ କରିଛି। କମେଡି, ଆକ୍ସନ, ରୋମାନ୍ସ ପରିପୂର୍ଣ୍ଣ ଫିଲ୍ମର ଟ୍ରେଲରକୁ ଦେଖିବା ପରେ ସବୁଆଡେ ପ୍ରଶଂସା କରାଯାଉଛି। ତେବେ ଟ୍ରେଲର ରିଲିଜ୍‌ ହେବାର ୨୪ ଘଣ୍ଟା ପରେ ୟୁଟ୍ୟୁବରେ ୨୭ ମିଲିୟନରୁ ଅଧିକ ଭ୍ୟୁ ପାଇଛି। ସେହିପରି ନିକଟରେ ରିଲିଜ୍‌ ହୋଇଥିବା ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ୍‌’ ମଧ୍ୟ ୨୪ ଘଣ୍ଟା ମଧ୍ୟରେ ୨୭ ମିଲିୟନରୁ ଭ୍ୟୁ ଅତିକ୍ରମ କରିଥିଲା। ଏହାକୁ ଦେଖିବା ପରେ କୁହାଯାଉଛି କି ‘ଶେହଜାଦା’ ଫିଲ୍ମ ‘ପଠାନ୍‌’କୁ ଟକ୍କର ଦେବାକୁ ଯାଉଛି। କାର୍ତ୍ତିକଙ୍କୁ ପ୍ରଥମ ଥର ପାଇଁ ଆକ୍ସନ ଅବତାରରେ ଦେଖିବାକୁ ମିଳିବ। ଫିଲ୍ମ ‘ଶେହଜାଦା’ ଫେବୃଆରୀ ୧୦ରେ ମୁକ୍ତିଲାଭ କରିବ। ଫିଲ୍ମରେ କାର୍ତ୍ତିକଙ୍କ ସହ ବଲିଉଡ ଅଭିନେତ୍ରୀ କ୍ରିତି ସାନନ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି।

Share