ଏକାଦଶୀଠାରୁ କାର୍ତ୍ତିକ ବ୍ରତ ଆରମ୍ଭ: ଶ୍ରୀମନ୍ଦିରର ନୀତିକାନ୍ତି ଚୂଡ଼ାନ୍ତ, ଏଥର ୬ଦିନ ପଞ୍ଚକ

ପୁରୀ ଅଫିସ,୨୫।୧୦: ଶ୍ରୀମନ୍ଦିରରେ ଆଶ୍ବିନ ମାସ ଶୁକ୍ଳପକ୍ଷ ଏକାଦଶୀଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହେବ। କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ଚୂଡାନ୍ତ କରାଯାଇଛି। ଶନିବାର ନୀତି ସବ କମିଟି ବୈଠକ ବସି କାର୍ତ୍ତିକ ମାସ ନୀତି ଚୂଡାନ୍ତ କରାଯାଇଛି। ଚଳିତ ବର୍ଷ ପଞ୍ଚକ ୬ଦିନ ପଡୁଥିବାରୁ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ। ଭୋର ୪ଟାରେ ଦ୍ବାରଫିଟା, ପରେ ମଙ୍ଗଳ ଆଳତି, ମଇଲମ, ତଡପଲାଗି, ଅବକାଶ ପରେ ରାଧାଦାମୋଦର ଶେ, ଗୋପାଳବଲ୍ଲଭ, ସକାଳଧୂପ,ବାଳଧୂପ, ଭୋଗମଣ୍ଡପ, ମଧ୍ୟାହ୍ନ ଧୂପ ଅନୁଷ୍ଠିତ ହେବ।
ପରେ ଦ୍ବୀତୀୟ ଭୋଗମଣ୍ଡପ, ଦିବା ପହୁଡ ଏବଂ ସା ଆଳତୀ, ସା ଧୂପ, ବଡସିଂହାରବେଶ ଆଦି ନୀତି କରାଯିବା ପାଇଁ ର୍ନିଘଣ୍ଟ କରାଯାଇଛି। ଏହାସହ ଆଗାମୀ ୨୫ତାରିଖରେ ଲକ୍ଷ୍ମୀନାରାୟଣ ବେଶ, ୨୬ତାରିଖରେ ବାଙ୍କଚୂଡାବେଶ, ୨୭ରେ ନାଗାର୍ଜୁନ ବେଶ, ୨୮ତାରିଖରେ ତ୍ରିବିକ୍ରମବେଶ, ୨୯ରେ ଲକ୍ଷ୍ମୀନୂସିଂହ ବେଶ ଶେଷରେ ୩୦ତାରିଖରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ।

Share