ଫି’ ବଢ଼ାଇଛନ୍ତି କାର୍ତ୍ତିକ

ମୁମ୍ବାଇ: ବିଭିନ୍ନ ରିପୋର୍ଟ ଅନୁଯାୟୀ, ‘ଭୁଲ୍‌ ଭୁଲୈୟା ୩’ ଫିଲ୍ମର ମୁଖ୍ୟ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କୁ ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ୪୫ରୁ ୫୦କୋଟି ଟଙ୍କା ଫି’ ଆକାରରେ ପ୍ରଦାନ କରାଯାଇଛି। ‘ଭୁଲ୍‌ ଭୁଲୈୟା ୨’ରେ ରୁହ ବାବାଙ୍କ ଭୂମିକାରେ ଅଭିନୟ କରିଥିବା କାର୍ତ୍ତିକଙ୍କୁ ୧୫ କୋଟି ଟଙ୍କା ଫି’ ଭାବେ ମିଳିଥିଲା। ତେବେ କାର୍ତ୍ତିକଙ୍କ ଫି’ ଏବେ ୨୩୩% ବୃଦ୍ଧି ପାଇଛି। ୨୦୨୨ରେ ରିଲିଜ୍‌ ହୋଇଥିବା ‘ଭୁଲ୍‌ ଭୁଲୈୟା ୨’ରେ କାର୍ତ୍ତିକଙ୍କ ସହ ଅଭିନେତ୍ରୀ କିଆରା ଆଡ଼ଭାନୀ ଏବଂ ତବୁ ନଜରକୁ ଆସିଥିଲେ। ଅଭିନେତ୍ରୀ ବିଦ୍ୟା ବଲାନ୍‌ ମୂଳ ‘ଭୁଲ୍‌ ଭୁଲୈୟା’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏହାପରେ ସେ ଫିଲ୍ମର ତୃତୀୟ ସିକ୍ୱେଲ ‘ଭୁଲ୍‌ ଭୁଲୈୟା ୩’ ମାଧ୍ୟମରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଫିଲ୍ମରେ ବିଦ୍ୟା ପୁଣି ଥରେ ତାଙ୍କ ଆଇକନିକ୍‌ ମଞ୍ଜୁଲିକା ଚରିତ୍ରରେ ନଜରକୁ ଆସିବେ। ରିପୋର୍ଟ ଅନୁଯାୟୀ, ବିଦ୍ୟାଙ୍କୁ ଏହି ଫିଲ୍ମ ପାଇଁ ୧୦ କୋଟି ଟଙ୍କାର ଫି’ ପ୍ରଦାନ କରାଯାଇଛି।
ସେହିପରି ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ମଧ୍ୟ ‘ଭୁଲ୍‌ ଭୁଲୈୟା ୩’ରେ ଦେଖିବାକୁ ମିଳିବ। ମାଧୁରୀଙ୍କୁ ଫିଲ୍ମ ପାଇଁ ପ୍ରାୟ ୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ସମ୍ପ୍ରତି ବିଦ୍ୟା ଏବଂ ମାଧୁରୀଙ୍କ ଯୋଡ଼ିର ‘ଆମି ଜେ ତୋମାର’ ଗୀତ ବେଶ୍‌ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ତେବେ ‘ଭୁଲ୍‌ ଭୁଲୈୟା ୩’ ଫିଲ୍ମରେ ଅଭିନେତ୍ରୀ ତୃପ୍ତି ଡିମ୍ରିଙ୍କୁ କାର୍ତ୍ତିକଙ୍କ ସହ ରୋମାନ୍ସ କରୁଥିବାର ଦେଖିବାକୁ ମିଳିବ। ତୃପ୍ତିଙ୍କୁ ତାଙ୍କ ଭୂମିକା ପାଇଁ ୮୦ ଲକ୍ଷ ଟଙ୍କା ଫି’ ଆକାରରେ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଆସେ ମୃତ୍ୟୁ! ମା’ ବିଦ୍ୟୁତ ସଂସ୍ପର୍ଶରେ ଆସିବା ଦେଖି ଧାଇଁ ଯାଇଥିଲେ ପୁଅ, ଏକାଠି ଚାଲିଗଲା ଦୁହିଁଙ୍କ ଜୀବନ

ଭବାନୀପାଟଣା,୨୨।୪( ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌.ରାମପୁର ଥାନା ଅନ୍ତର୍ଗତ ସାଇ ଦଲଙ୍ଗା ଗ୍ରାମ ପଞ୍ଚାୟତର ଟୁର୍ଚି (ଡଙ୍ଗର ପଡ଼ା)ରୁ ମଙ୍ଗଳବାର ସକାଳୁ ଏକ...

ଫସିଗଲେ ବାବା ରାମଦେବ, ଭର୍ତ୍ସନା କଲେ Delhi High Court

ନୂଆଦିଲ୍ଲୀ,୨୨।୪: ଦିଲ୍ଲୀ ହାଇକୋର୍ଟ ହମଦର୍ଦ କମ୍ପାନୀ ଏବଂ ଏହାର ଲୋକପ୍ରିୟ ଉତ୍ପାଦ ରୁହ ଅଫଜା ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ଯୋଗଗୁରୁ ବାବା ରାମଦେବଙ୍କୁ ଭର୍ତ୍ସନା...

ସ୍ତ୍ରୀଙ୍କୁ ମାଡ଼ ମାରୁଥିଲେ ପ୍ରସିଦ୍ଧ କ୍ରିକେଟର୍‌: ଥାନାରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୨।୪: ପୂର୍ବତନ ଭାରତୀୟ କ୍ରିକେଟର ଅମିତ ମିଶ୍ରଙ୍କ ନାଁରେ ତାଙ୍କ ପତ୍ନୀ ଗରିମା ମିଶ୍ର ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଅମିତ ତାଙ୍କୁ ଯୌତୁକ ପାଇଁ...

ଦୁର୍ଘଟଣାରେ ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟଣା: ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୪: କଟକରେ ଦୁର୍ଘଟଣାରେ ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିସହ ସେ ମୃତକଙ୍କ ପରିବାରକୁ ୧୦...

IPL Cheerleader Salary: ଗୋଟିଏ ମ୍ୟାଚ୍‌ ପାଇଁ କେତେ ଟଙ୍କା ନିଅନ୍ତି ଚିୟରଲିଡର୍ସ: ଜାଣନ୍ତୁ କେଉଁ ଦଳ ଦିଏ ଅଧିକ ଟଙ୍କା

ନୂଆଦିଲ୍ଲୀ,୨୨।୪: IPL 2025ରେ ସମସ୍ତ ୧୦ଟି ଦଳ ସେମାନଙ୍କ ମ୍ୟାଚ ପାଇଁ ଚିୟରଲିଡର୍ସଙ୍କୁ ନିଯୁକ୍ତି ଦେଇଛନ୍ତି। ଏହା ପ୍ରତିବର୍ଷ ଘଟେ। ଏଥିରେ ବିଦେଶୀ ଯୁବତୀମାନେ ଲକ୍ଷ...

କଟକରେ ଭୟଙ୍କର ଦୁର୍ଘଟଣା: ପିସିଆର୍‌ ଭ୍ୟାନ୍‌କୁ ଚାପିଦେଲା ହାଇଓ୍ବା, ଚାଲିଗଲା ୨ ପୋଲିସ କର୍ମଚାରୀଙ୍କ ଜୀବନ

କଟକ ସଦର,୨୨।୪(ସୁଶାନ୍ତ କୁମାର ଜେନା): କଟକ-ପରାଦୀପ ରାସ୍ତାର ଗତିରାଉତପାଟଣାରେ ମଙ୍ଗଳବାର ଭୋର୍‌ ସମୟରେ ଭୟଙ୍କର ଦୁର୍ଘଟଣା ଘଟିଛି। ପିସିଆର୍‌ ସହିତ ବାଲି ବୋଝେଇ ହାଇଓ୍ବା ମୁହାଁମୁହିଁ...

ବିନା କ୍ୟାମେରା, ବିନା ଷ୍ଟାରରେ ମନ୍ଦିର ପୂଜାରୀ ତିଆରି କଲେ ବିଶ୍ୱର ପ୍ରଥମ AI ଫିଲ୍ମ !

ବେଙ୍ଗାଲୁରୁ,୨୨।୪: କର୍ନାଟକର ଜଣେ ପୂଜାରୀ AI ଉପକରଣ ସାହାଯ୍ୟରେ ବିଶ୍ୱର ପ୍ରଥମ ସମ୍ପୂର୍ଣ୍ଣ AI-ଆଧାରିତ କନ୍ନଡ ଫିଲ୍ମ ତିଆରି କରିଛନ୍ତି। ବେଙ୍ଗାଲୁରୁର ସିଦ୍ଧେହଲ୍ଲି ଗାଁର ହନୁମନ୍ତରାଇ...

କଲେଜରେ ଭଉଣୀଙ୍କୁ ଛାଡ଼ି ଫେରୁଥିଲେ: ବାଇକ୍‌ ସହ ଧକ୍କା ପରେ ଚାପିଦେଲା ହାଇଓ୍ବା, ଯୁବକ ମୃତ…

ତିହିଡି଼,୨୨।୪(ସଞ୍ଜିତ ବଳ):ଭଦ୍ରକ-ଚାନ୍ଦବାଲି ରାସ୍ତାର ବିନ୍ଧାବଜାରଠାରୁ କିଛି ଦୂରରେ ମଙ୍ଗଳବାର ସକାଳ ସାଢେ ୮ଟା ସମୟରେ ଏକ ହାଇୱା ତଳେ ଚାପିହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image