Categories: ଖେଳ

ବିଶ୍ୱକପ୍‌ର ପ୍ରଥମ ହାଟ୍ରିକ୍‌; ୟୁଏଇର ଏହି ସ୍ପିନରଙ୍କ ବୋଲିଂରେ ବ୍ୟାଟ୍ସମ୍ୟାନ୍‌ ଘାଇଲା…

ନୂଆଦିଲ୍ଲୀ,୧୮।୧୦: ଟି୨୦ ବିଶ୍ୱକପ୍‌ ୨୦୨୨ ଆରମ୍ଭର ଦ୍ୱିତୀୟ ଦିନରେ ଦେଖିବାକୁ ମିଳିଛି ପ୍ରଥମ ହାଟ୍ରିକ୍‌। ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)ର ୨୨ ବର୍ଷୀୟ କାର୍ତ୍ତିକ ମେୟାପ୍ପାନ ଶ୍ରୀଲଙ୍କା ବିପକ୍ଷରେ ହାଟ୍ରିକ୍‌ ନେଇ ରେକର୍ଡ କରିଛନ୍ତି।

ଏହି ମ୍ୟାଚ୍‌ରେ ୟୁଏଇ ଟସ୍‌ ଜିତି ପ୍ରଥମେ ବୋଲିଂ ଚୟନ କରିଥିଲେ। ଇନିଂସର ୧୫ତମ ଓଭରରେ କାର୍ତ୍ତିକ ଜବରଦସ୍ତ ବୋଲିଂ କରିଥିଲେ। ସେ ଶ୍ରୀଲଙ୍କାର ଭାନୁକା ରାଜପକ୍ଷେ, ଚରିଥ ଅସଲଙ୍କା ଏବଂ ଅଧିନାୟକ ଦାସୁନ ଶନାକାଙ୍କ ଉଇକେଟ ନେଇଥିଲେ। ସେ ନିଜ ଓଭରରେ ପ୍ରଥମ ବଲ୍‌ରେ ୨ ରନ୍‌, ଦ୍ୱିତୀୟ ବଲ୍‌ରେ ୧ ରନ୍‌, ୩ୟ ବଲ୍‌ରେ ୦ ରନ୍‌ ଏବଂ ବାକି ୩ ବଲ୍‌ରେ ୩ ଉଇକେଟ ନେଇଥିଲେ। ପୁରା ମ୍ୟାଚ୍‌ରେ ତାଙ୍କର ବୋଲିଂ ଦେଖିଲେ ସେ ୪ ଓଭରରେ ୧୯ ରନ୍‌ ଦେଇ ୩ ଉଇକେଟ ନେଇଥିଲେ। ଏଥିରେ ୧୨ ଡଟ୍‌ ବଲ୍‌ ଥିଲା।

କାର୍ତ୍ତିକ ହାଟ୍ରିକ କରିବା ପରେ ବିଶ୍ୱକପ୍‌ରେ ନୂତନ ରେକର୍ଡର ଅଧିକାରୀ ହୋଇଥିଲେ। ୫ମ ବୋଲର୍‌ ଭାବେ ସେ ଏହି କମାଲ କରିଥିଲେ। ତାଙ୍କ ପୂର୍ବରୁ ୨୦୦୭ ବିଶ୍ୱକପ୍‌ରେ ବ୍ରେଟ୍‌ ଲି, ୨୦୨୧ରେ କାର୍ଟିସ କ୍ୟାମ୍ପୋର, ୨୦୨୧ରେ ଓ୍ବାନିନ୍ଦୁ ହାସରଙ୍ଗା, ୨୦୨୧ରେ କାଗିସୋ ରାବାଡା ପ୍ରମୁଖ ହାଟ୍ରିକ୍‌ କରିଥିଲେ।

Share