ଫିସ୍‌ ବଢାଇଲେ କାର୍ତ୍ତିକ

ଆଜିକାଲି ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ଭୁଲ ଭୁଲେୟା ୨’ ବକ୍ସ ଅଫିସରେ ଧମାଲ୍‌  କରିଛି। ଏହି ଫିଲ୍ମ ୧୦୦ କୋଟି କ୍ଲବ୍‌ରେ ପ୍ରବେଶ କରିଛି। ଏହି ଫିଲ୍ମ କାର୍ତ୍ତିକଙ୍କ କ୍ୟାରିଅରର ସବୁଠୁ ସୁପରହିଟ୍‌ ଫିଲ୍ମ ସାବ୍ୟସ୍ତ ହୋଇଛି। ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକ ପ୍ରଶଂସା ମଧ୍ୟ କରୁଛନ୍ତି। ଏହି ଫିଲ୍ମ ପରେ କାର୍ତ୍ତିକ ତାଙ୍କ ଫି’ ବୃଦ୍ଧି କରିଛନ୍ତି।
କାର୍ତ୍ତିକ ତାଙ୍କର ଗୋଟିଏ ଫିଲ୍ମ ପାଇଁ ୧୫ ରୁ ୨୦ କୋଟି ଟଙ୍କା ଚାର୍ଜ କରୁଥିଲେ। କିନ୍ତୁ ‘ଭୁଲ ଭୁଲେୟା ୨’ର ଜବରଦସ୍ତ ସଫଳତା ପରେ ସେ ଏହାକୁ ୩୫ ରୁ ୪୦ କୋଟି ଟଙ୍କା ବଢାଇ ଦେଇଛନ୍ତି।
‘ଭୁଲ୍‌ ଭୁଲେୟା-୨’ରେ କିଆରା ଆଡଭାନୀ, ତବୁ, ରାଜପାଲ ଯାଦବ ଏବଂ ସଞ୍ଜୟ ମିଶ୍ର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଆନିସ ବାଜମିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ରିଲିଜ ହେବାର ଅଷ୍ଟମ ଦିନ ପର୍ଯ୍ୟନ୍ତ ୧୦୦ କୋଟି ଟଙ୍କା ସଂଗ୍ରହ କରିଛି।
କାର୍ତ୍ତିକ କଠିନ ପରିଶ୍ରମରେ ବଲିଉଡ୍‌ରେ ଖ୍ୟାତି ଅର୍ଜନ କରିଛନ୍ତି। ସେ ଫିଲ୍ମ ‘ପଞ୍ଚନାମା’ ଜରିଆରେ ଅଭିନୟ ଜଗତରେ ଡେବ୍ୟୁ କରିଥିଲେ।

Share