ବିଜ୍ଞାପନରେ ଏକାଠି ନଜର ଆସିବେ କାର୍ତ୍ତିକ-ରଶ୍ମିକା

ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଦମ୍‌ଦାର ଅଭିନୟକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଭୁଲ ଭୁଲେୟାଁ-୨’ର ସଫଳତା ପରଠୁ ସେ ଚର୍ଚ୍ଚାରେ ରହିଆସିଛନ୍ତି। ବର୍ତ୍ତମାନ କାର୍ତ୍ତିକ ଦକ୍ଷିଣ ଭାରତୀୟ ସିନେମାର ସୁପରହିଟ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ଦୁହେଁ ପାଖାପାଖି ଛିଡା ହୋଇଥିବା ନଜର ଆସିଛନ୍ତି। ତେବେ ଶେୟାର କରିଥିବା ଫଟୋରେ କାର୍ତ୍ତିକ ଲେଖିଛନ୍ତି, ମିଟ୍‌ ମାଇଁ ପାର୍ଟନର। ଏହି ଫଟୋ ଦେଖିବା ପରେ ପ୍ରଶଂସକମାନେ ଏହି ସୁନ୍ଦର ଯୋଡିଙ୍କୁ କୌଣସି ପ୍ରୋଜେକ୍ଟରେ ଏକାଠି ଦେଖିବାକୁ ପାଇବେ କି? ଏଭଳି ଅନେକ ପ୍ରଶ୍ନ ଉଠୁଛି। ପ୍ରକୃତରେ, ଏହି ସୁନ୍ଦର ଯୋଡି ଏକ ବିଜ୍ଞାପନ ପାଇଁ ଏକାଠି କାମ କରୁଛନ୍ତି, ଯେଉଁଠାରୁ ଅଭିନେତା ଏହି ଫଟୋ ଶେୟାର କରିଛନ୍ତି । ଏହି ଫଟୋରେ କାର୍ତ୍ତିକ ଆର୍ଯ୍ୟନ ଏକ କଫି ରଙ୍ଗର କୋଟ-ପ୍ୟାଣ୍ଟ ଏବଂ ରଶ୍ମିକାରେ ଏକ ସୁନ୍ଦର ଡ୍ରେସ୍‌ରେ ନଜର ଆସିଛନ୍ତି ।

Share