Posted inଖେଳ

ଗୌତମ ଗମ୍ଭୀରଙ୍କ ପୋଲ୍‌ ଖୋଲିଦେଲେ କାର୍ତ୍ତିକ: ତାଙ୍କ ଭଳି ଅଳସୁଆ….

ନୂଆଦିଲ୍ଲୀ,୧୪।୧୦: ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀର ପ୍ରାୟତଃ ମ୍ୟାଚ ସମୟରେ ବହୁତ ଗମ୍ଭୀର ଦେଖାଯାନ୍ତି। ଏହା ଅତ୍ୟନ୍ତ ବିରଳ ଯେ ଗମ୍ଭୀର ଖୋଲାଖୋଲି ହସୁଥିବା ଦେଖାଯାଏ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ତାଙ୍କର ପରିଶ୍ରମ ଯୋଗୁ ସେ ଟିମ ଇଣ୍ଡିଆର ଶ୍ରେଷ୍ଠ କ୍ରିକେଟରମାନଙ୍କ ମଧ୍ୟରୁ ଜଣେ ହୋଇସାରିଛନ୍ତି ଏବଂ ବର୍ତ୍ତମାନ ସେ ଟିମ ଇଣ୍ଡିଆର ମୁଖ୍ୟ କେଚ ମଧ୍ୟ ଅଛନ୍ତି । ତେବେ ଗମ୍ଭୀରଙ୍କ ବିଷୟରେ ମଧ୍ୟ ଏକ ସତ୍ୟ ଅଛି ଯାହା ଦୀନେଶ କାର୍ତ୍ତିକ ଉନ୍ମୋଚନ କରିଛନ୍ତି। ଗମ୍ଭୀରଙ୍କ ୪୨ ତମ ଜନ୍ମଦିନ ଅବସରରେ ଦୀନେଶ କାର୍ତ୍ତିକଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଗମ୍ଭୀରଙ୍କ ପୋଲ୍‌ ଖୋଳିଛନ୍ତି।

ଗମ୍ଭୀରଙ୍କ ଜନ୍ମଦିନ ଅବସରରେ ଷ୍ଟାର ସ୍ପୋର୍ଟସ ଏକ ଭିଡିଓ ପୋଷ୍ଟ କରିଛି। ଏଥିରେ ଦୀନେଶ କାର୍ତ୍ତିକ ଏହି ଖେଳାଳିଙ୍କ ଅଳସୁଆର କାହାଣୀ ବର୍ଣ୍ଣନା କରୁଛନ୍ତି। ଦୀନେଶ କାର୍ତ୍ତିକ ଏହି ଭିଡିଓରେ କହିଛନ୍ତି, ୨୦୦୨ରେ ଗମ୍ଭୀର ଟିମ ହୋଟେଲ ରୁମରେ ଶୋଇଥିଲେ। ତାଙ୍କ କବାଟ ଟିକିଏ ଖୋଲା ଥିଲା। ମୁଁ ତାଙ୍କ ରୁମ୍‌ରୁ ବାହାରକୁ ଆସୁଥିଲି ଏବଂ ହଠାତ୍‌ ଗମ୍ଭୀର ମୋତେ ଡାକିଲେ। ମୁଁ ଯେତେବେଳେ ଗମ୍ଭୀରଙ୍କ ରୁମ୍‌ ଭିତରକୁ ଗଲି, ସେ ମୋତେ ଟିଭିର ଚ୍ୟାନେଲ ବଦଳାଇବାକୁ କହିଥିଲେ।

ଦୀନେଶ କାର୍ତ୍ତିକ ଆହୁରି କହିଛନ୍ତି, ଗମ୍ଭୀରଙ୍କଠାରୁ ଏହା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ରିମୋଟ ତାଙ୍କଠାରୁ ଦୁଇ ପାଦ ଦୂରରେ ଥିଲା କିନ୍ତୁ ସେ ସେଠାରୁ ନ ଉଠି ୋତେ ଅର୍ଡର ଦେଇଥିଲେ। ମୁଁ କେବେ ଅଧିକ ଅଳସୁଆ ବ୍ୟକ୍ତିଙ୍କୁ ଦେଖି ନାହିଁ।ମୁଁ ଚ୍ୟାନେଲ ବଦଳାଇଲି ଏବଂ ଏହା ପରେ ଗମ୍ଭୀର ମୋତେ ଚାଲିଯିବାକୁ କହିଥିଲେ। ଏହି କାହାଣୀ ଶୁଣି ଇରଫାନ ପଠାନ ଏବଂ ହରଭଜନ ସିଂ ମଧ୍ୟ ନିଜ ହସ ରୋକିପାରି ନ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ପରିବର୍ତନ କରିବାର ସମୟ ଆସିଛି’: ହର୍ମନପ୍ରୀତଙ୍କୁ ବିଦା କରିବାକୁ ଦାବି କଲେ ମିଥାଲି ରାଜ

ନୂଆଦିଲ୍ଲୀ,୧୫।୧୦: ଭାରତୀୟ ଦଳର କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମିତାଲି ରାଜ ନେତୃତ୍ୱରେ ପରିବର୍ତ୍ତନ ଆଣିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଁଛନ୍ତି ଯେ, ‘ହରମାନପ୍ରୀତ କୌରଙ୍କୁ...

ଏଚ୍‌ଆଇଏଲ୍‌ ମହିଳା ଖେଳାଳି ନିଲାମ: ଉଦିତା ସବୁଠାରୁ ଦାମି

ନୂଆଦିଲ୍ଲୀ, ୧୫ା୧୦: ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌) ମହିଳା ଖେଳାଳି ନିଲାମ ମଙ୍ଗଳବାର ସଫଳତାର ସହିତ ସମ୍ପନ୍ନ ହୋଇଛି। ଭାରତୀୟ ଡିଫେଣ୍ଡର ଉଦିତା ଦୁହାନ ସବୁଠାରୁ...

ଷ୍ଟାର୍‌ ଫୁଟ୍‌ବଲ୍‌ କିଲିଆନ୍‌ ଏମ୍‌ବାପ୍ପେଙ୍କ ନାଁରେ ବଳାତ୍କାର ଅଭିଯୋଗ

ନୂଆଦିଲ୍ଲୀ,୧୫।୧୦: ସ୍ଵିଡେନ ଷ୍ଟକହୋମର ବିଳାସପୂର୍ଣ୍ଣ ବ୍ୟାଙ୍କ ହୋଟେଲରେ ବଳାତ୍କାର ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ତଦନ୍ତ ବେଳେ ଏକ କଳା ଟ୍ରାଉଜର, ଏକ ଟପ୍,...

ଧରାପଡ଼ିଲା ମହମ୍ମଦ ଶାମିଙ୍କ ମିଛ: ପୋଲ୍‌ ଖୋଲିଦେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧୫।୧୦:ନିକଟରେ ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମି ପୁଣି ଆହତ ହୋଇଥିବା ଜଣାପଡ଼ିଛି। କିନ୍ତୁ ସାମି ଏହାକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଥିଲେ। ଏବେ...

ଲାଇଭ୍‌ ମ୍ୟାଚ୍‌ ସମୟରେ ପଡ଼ିଆରେ ଭୋ ଭୋ ହୋଇ କାନ୍ଦିଲେ ଅଧିନାୟକ: ଜାଣନ୍ତୁ କାହିଁକି

ଦୁବାଇ,୧୫।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ପାକିସ୍ତାନ ଅଧିନାୟକ ଫାତିମା ସନା କାନ୍ଦୁଥିବା ଦେଖିବାକୁ ମିଳିଥିଲା। ସେ ନ୍ୟୁଜିଲାଣ୍ଡ ବିପକ୍ଷି ମ୍ୟାଚ ପୂର୍ବରୁ ସେ ତାଙ୍କ ପିତାଙ୍କୁ...

ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ର ଗୋଟିଏ ଦିନ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ଼ ଝଟ୍‌କା

ନୂଆଦିଲ୍ଳୀ,୧୫।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଆସନ୍ତାକାଲି ଅର୍ଥାତ୍‌ ବୁଧବାର, ଅକ୍ଟୋବର ୧୬ରେ ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ୍‌ର ଗୋଟିଏ...

ଭାରତ ବିରୋଧରେ ବିଷ ଓଗାଳିଲା କାନାଡ଼ା: ବୈଦେଶିକ ମନ୍ତ୍ରୀ କହିଲେ, ଆମ ପାଖରେ ପ୍ରମାଣ ଅଛି

ନୂଆଦିଲ୍ଲୀ,୧୫/୧୦: ଭାରତ ଓ କାନାଡା ମଧ୍ୟରେ ତିକ୍ତତା ଏକ ନୂତନ ସ୍ତରରେ ପହଞ୍ଚିଛି। କାନାଡାର ୬ ଜଣ କୂଟନୀତିଜ୍ଞଙ୍କୁ ଭାରତ ସୋମବାର ବହିଷ୍କାର କରିଛି। ଏହାବ୍ୟତୀତ...

ହଠାତ୍ ବିସିସିଆଇ ନେଲା ବଡ଼ ନିଷ୍ପତ୍ତି: କ୍ରିକେଟରୁ ହଟିଲା ଏହି ନିୟମ 

ନୂଆଦିଲ୍ଲୀ,୧୫/୧୦:ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଇମ୍ପାକ୍ଟ ପ୍ଲେୟାର ନିୟମକୁ ଉଚ୍ଛେଦ କରିବାକୁ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛି। ଆଗାମୀ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri