‘ଚନ୍ଦୁ ଚାମ୍ପିୟନ’ର ଶୁଟିଂ ଆରମ୍ଭ କଲେ କାର୍ତ୍ତିକ

ମୁମ୍ବାଇ:ନିକଟରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ସତ୍ୟ ପ୍ରେମ୍‌ କି କଥା’ ରିଲିଜ୍‌ ହୋଇଥିବାବେଳେ ବକ୍ସ ଅଫିସରେ ତାହ ଭଲ ରୋଜଗାର କରିଥିଲା। ଏବେ ସେ ତାଙ୍କ ଆଗାମୀ ଫିଲ୍ମ ‘ଚନ୍ଦୁ ଚାମ୍ପିୟନ’ର ଶୁଟିଂ ଆରମ୍ଭ କରିଛନ୍ତି। କବି ଖାନ୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ତାଙ୍କ ପାଇଁ ଅଧିକ ଚ୍ୟାଲେଞ୍ଜିଂ ହେବ ବୋଲି ଆର୍ଯ୍ୟନ କହିଛନ୍ତି। ଏନେଇ ଆର୍ଯ୍ୟନ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ଏକ ଜିମ୍‌ରେ ଥିବା ନଜରକୁ ଆସିଛନ୍ତି। ତାଙ୍କର ଅଧିକ ଚ୍ୟାଲେଞ୍ଜିଂ ଏବଂ ରୋମାଞ୍ଚକର ଯାତ୍ରା ଆରମ୍ଭ ହେଲା ବୋଲି ସେ କ୍ୟାପ୍ସନରେ ଲେଖିଛନ୍ତି। ଏଥିରେ ତାଙ୍କ ସହ ଶ୍ରଦ୍ଧା କପୁର ଏବଂ କ୍ୟାଟ୍ରିନା କୈଫଙ୍କୁ ମଧ୍ୟ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ। ସାଜିଦ୍‌ ନାନ୍ଦିଆଦୱାଲା ଏଥିରେ ପ୍ରଯୋଜନା କରିଥିବାବେଳେ ମୁଭିଟି ୨୦୨୪ ଜୁନ୍‌ ୧୪ରେ ପ୍ରେକ୍ଷାଳୟକୁ ଆସିବ ବୋଲି ଯୋଜନା ରହିଛି। ତେବେ କାର୍ତ୍ତିକ ୨୦୧୧ରେ ବଲିଉଡ୍‌ରେ ‘ପ୍ୟାର କେ ପଞ୍ଚନାମା’ ଜରିଆରେ ଡେବ୍ୟୁ କରିଥିଲେ। ଏହାପରେ ସେ ଅନେକ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଏଥିସହ ସେ ଟେଲିଭିଜନ ଶୋ’ ଏବଂ ମ୍ୟୁଜିକ୍‌ ଭିଡିଓରେ ନଜରକୁ ଆସିଥିଲେ।

Share