ଶାହିଦଙ୍କ ଘରେ ଭଡ଼ାରେ ରହିବେ କାର୍ତ୍ତିକ, ମାସକୁ ଦେବେ ଏତିକି ଟଙ୍କା…

ମୁମ୍ବାଇ: ଆଜିକାଲି ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ବେଶ୍‌ ନାଁ କରିଛନ୍ତି। ଗତ ବର୍ଷ ଏହି ଅଭିନେତା ‘ଭୁଲ୍‌ ଭୁଲେୟା -୨ ’ ଭଳି ସୁପରହିଟ୍‌ ଫିଲ୍ମ ଦେଇ ପ୍ରଶଂସକଙ୍କୁ ପାଗଳ କରିଦେଇଥିଲେ। ଏହି ବର୍ଷ ଅଭିନେତା ‘ଶେହଜାଦା’ ସହ ପୁଣି ଆସୁଛନ୍ତି। ନିକଟରେ ଏହାର ମଜାଦାର ଟ୍ରେଲର ରିଲିଜ ହୋଇଥିଲା। ଟ୍ରେଲରକୁ ଦର୍ଶକମାନେ ମଧ୍ୟ ପସନ୍ଦ କରିଥିଲେ।

କାର୍ତ୍ତିକ ଅତୀତରେ ନିଜ ପାଇଁ ଏକ ଘର ଖୋଜୁଥିଲେ, ବର୍ତ୍ତମାନ ଖବର ଆସୁଛି , ଅଭିନେତାଙ୍କ ଏହି ସନ୍ଧାନ ଶେଷ ହୋଇଛି। ଖବର ଅନୁଯାୟୀ, ଅଭିନେତା ବିଳାସପୂର୍ଣ୍ଣ ଘର ଖୋଜିବା ପାଇଁ  ଜୁହୁରେ ପହଞ୍ଚିଥିଲେ ଏବଂ ସେ ସେହି ଘରକୁ ଚୂଡ଼ାନ୍ତ ଭାବେ ବାଛିଛନ୍ତି।

କାର୍ତ୍ତିକ ଆଉ କାହା ଘର ନୁହେଁ ଖୋଦ୍‌ ଅଭିନେତା ଶାହିଦ କପୁରଙ୍କ ଘରକୁ ହିଁ ବାଛିଛନ୍ତି।  ବର୍ତ୍ତମାନ ଏହାକୁ ଭଡ଼ା ଦେବାକୁ ପ୍ରସ୍ତୁତ ଅଛନ୍ତି। କାର୍ତ୍ତିକ ଶାହିଦଙ୍କ ଏହି ଘରକୁ ୩ ବର୍ଷ ପାଇଁ ଲିଜ୍‌ ନେଇଛନ୍ତି। ଏହି ଘର ପାଇଁ ସେ ୪୫ ଲକ୍ଷ ଟଙ୍କା ଜମା ମଧ୍ୟ କରିଛନ୍ତି।

କେବଳ ଏତିକି ନୁହେଁ, ଶାହିଦଙ୍କ ଏହି ଘର ପାଇଁ କାର୍ତ୍ତିକଙ୍କୁ ପ୍ରତି ମାସରେ ୭ ଲକ୍ଷ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ। ଉଭୟଙ୍କ ମଧ୍ୟରେ ହୋଇଥିବା ଚୁକ୍ତିରେ କୁହାଯାଇଛି, ପ୍ରତିବର୍ଷ ଭଡା ୭% ବୃଦ୍ଧି କରାଯିବ। ସେହି ଅନୁଯାୟୀ କାର୍ତ୍ତିକ ଆର୍ଯ୍ୟନଙ୍କୁ ପ୍ରଥମ ୧୨ ମାସ ପାଇଁ ୭.୫ ଲକ୍ଷ ଏବଂ ଦ୍ୱିତୀୟ ବର୍ଷରେ ୮.୨. ଲକ୍ଷ ଏବଂ ତୃତୀୟ ବର୍ଷରେ ୮.୫୮ ଲକ୍ଷ ଟଙ୍କା ଦେବାକୁ ପଡ଼ିବ। କାର୍ତ୍ତିକଙ୍କ ନୂଆ ଘର ବିଷୟରେ କହିବାକୁ ଗଲେ, ଏହି ଆପାର୍ଟମେଣ୍ଟ ୩.୬୮୧ ବର୍ଗଫୁଟର ଅଟେ। ଆପାର୍ଟମେଣ୍ଟରେ ଦୁଇଟି ପାର୍କିଂ ସ୍ଲଟ୍‌ ଅଛି। କହିରଖୁଛୁ, ପୂର୍ବରୁ ଅଭିନେତା ଭର୍ସୋଭାର ୪୫୯ ବର୍ଗଫୁଟ ଆପାର୍ଟମେଣ୍ଟରେ ରହୁଥିଲେ। ଯାହାକୁ ସେ ୨୦୧୯ରେ ୧.୬୦ କୋଟିରେ ନେଇଥିଲେ।

Share