‘ଆଶିକି ୩’ରେ କାର୍ତ୍ତିକଙ୍କ ସହ ଜମିବ ଏହି ଟିଭି ଆର୍ଟିଷ୍ଟଙ୍କ ଯୋଡି

ମୁମ୍ବାଇ: ବଲିଉଡରେ ଚଳିତ ବର୍ଷ କିଛି ଫିଲ୍ମ ଧମାଲ କରିବା ଅପେକ୍ଷାରେ ରହିଛି । ଏମିତି ବି କିଛି ଫିଲ୍ମ ଚଳିତ ବର୍ଷ ଧମାଲ କରି ସାରିଛନ୍ତି । ଏହି ଲିଷ୍ଟରେ ରହିଛି କାର୍ତ୍ତିକଙ୍କ ଫିଲ୍ମ ‘ଭୁଲଭୁଲେୟା ୨’ । ଏହା ବକ୍ସ ଅଫିସରେ ଖୁବ୍ ଧୁମ ମଚାଇଥିଲା । ଏବେ ଆସୁଛି କାର୍ତ୍ତିକଙ୍କର ଆଉ ଏକ ନୂଆ ଫିଲ୍ମ । ମିଳିଥିବା ଖବର ଅନୁଯାୟୀ, କାର୍ତ୍ତିକ ରୋମାଣ୍ଟିକ ଫିଲ୍ମ ‘ଆଶିକି ୩’ରେ ନଜର ଆସିବେ । ଏହା ପୂର୍ବରୁ ଏହାର ଦୁଇଟି ପାର୍ଟ ସୁପରହିଟ୍ ହୋଇଥିଲା ।
‘ଆଶିକି ୨’ରେ ଆଦିତ୍ୟ ରୟ କପୁର ଓ ଶ୍ରଦ୍ଧା କପୁରଙ୍କ ଯୋଡି ଦର୍ଶକଙ୍କୁ କ୍ରେଜି କରିଥିଲେ । ଆଉ ଏହାପରେ ଦର୍ଶକେ ଏହାର ତୃତୀୟ ଭାଗକୁ ଅପେକ୍ଷା କରିଥିଲେ । ଏବେ କାର୍ତ୍ତିିକ ‘ଆଶିକି ୩’ରେ ଅଭିନୟ କରୁଥିବା ଜାଣି ଦର୍ଶକେ ଖୁବ୍ ଖୁସି ହେବା ସହ ଉତ୍ସାହର ସହ ମୁଭିକୁ ଅପେକ୍ଷା ରଖିଛନ୍ତି । ଏବେ ସମସ୍ତଙ୍କ ମନରେ ପ୍ରଶ୍ନ କାର୍ତ୍ତିକଙ୍କ ସହ କିଏ କରିବ ରୋମାନ୍ସ । ତେବେ ଏହି ନାୟିକା ଜଣକ ଟେଲିଭିଜନ କଳାକାର ହୋଇଥିବା ବେଳେ ‘ଆଶିକି ୩’ମାଧ୍ୟମରେ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ।
ତେବେ ‘ଆଶିକି ୩’ରେ ଟିଭି ଆକ୍ଟ୍ରେସ ଜେନିଫର ୱିଂଗେଟ ନଜର ଆସିବେ ବୋଲି ଶୁଣାଯାଉଛି । କିଛିଦିନ ପୂର୍ବରୁ ଖବର ଆସିଥିଲା କି କାର୍ତ୍ତିକ ଓ ଜେନିଫର ଗୋଟିଏ ପ୍ରୋଜେକ୍ଟ ପାଇଁ ହାତ ମିଶାଇଛନ୍ତି । ଏବେ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି କି ‘ଆଶିକି ୩’ ପାଇଁ ଉଭୟ ହାତ ମିଳାଇଥିଲେ । ଏହି ମୁଭିରେ କାର୍ତ୍ତିକ-ଜେନିଫରଙ୍କ ଯୋଡିକୁ ଦର୍ଶକେ ପସନ୍ଦ କରିବେ ବୋଲି ଆଶା କରାଯାଉଛି । ଏହାସହ ଏହି ଫିଲ୍ମ ମାଧ୍ୟମରେ ଜେନିଫର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ବୋଲି କୁହାଯାଉଛି ।

Share