ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ କାର୍ତ୍ତିକ, ଯାହାର ମୂଲ୍ୟ…

ମୁମ୍ବାଇ: ଆଜିକାଲି କାର୍ତ୍ତିକ ଆର୍ୟନ ତାଙ୍କର ନୂଆ ଫିଲ୍ମ ‘ସତ୍ୟପ୍ରେମ କି କଥା’ର ସଫଳତାକୁ ଉପଭୋଗ କରୁଛନ୍ତି। ଭୁଲ ଭଲେୟା ୨ ପରେ ଏହି ଚଳଚ୍ଚିତ୍ରରେ ମଧ୍ୟ ସେ କିଆରା ଆଡଭାନୀଙ୍କ ସହ ପରଦାରେ ରୋମାନ୍ସ କରୁଥିବା ନଜର ଆସିଛନ୍ତି। ଚଳଚ୍ଚିତ୍ରଟି ଭଲ ପ୍ରତିକ୍ରିୟା ମଧ୍ୟ ପାଉଛି। ଏହି ସମୟରେ ଏକ ଖବର ସାମ୍ନାକୁ ଆସିଛି ଯେ, କାର୍ତ୍ତିକ କୋଟି କୋଟି ମୂଲ୍ୟର ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଛନ୍ତି।

କାର୍ତ୍ତିକ ଜୁହୁର ପ୍ରେସିଡେନ୍ସି କୋ-ଅପରେଟିଭ ହାଉସିଂ ସୋସାଇଟିରେ ନିଜ ପାଇଁ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଛନ୍ତି। ହିନ୍ଦୁସ୍ତାନ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଆପାର୍ଟମେଣ୍ଟର ମୂଲ୍ୟ ୧୭.୫୦ କୋଟି ଟଙ୍କା ହେବ। ଫ୍ଲାଟର କ୍ଷେତ୍ର ୧୯୧୬ ବର୍ଗଫୁଟ ଏବଂ ଏହା ସୋସାଇଟିରେ ସିଦ୍ଧ ବିନୟକ ବିଲ୍ଡିଂର ଦ୍ୱିତୀୟ ମହଲାରେ। କାର୍ତ୍ତିକଙ୍କ ମା’ ମାଳା ତିୱାରୀ ମଧ୍ୟ ସେହି କୋଠାର ଅଷ୍ଟମ ମହଲାରେ ରୁହନ୍ତି।

Share