ଫିଲ୍ମ ପାଇଁ ୧୪ କେଜି ଓଜନ ବଢାଇଲେ କାର୍ତ୍ତିକ ଆର୍ଯ୍ୟନ

ମୁମ୍ବାଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌ ତାଙ୍କର ଅପକମିଙ୍ଗ୍‌ ଫିଲ୍ମ‘ଫ୍ରେଡି’କୁ ନେଇ ବ୍ୟସ୍ତ ଅଛନ୍ତି। ଏମିତିରେ ସୋସିଆଲ ମିଡ଼ିିଆରେ ସେ ନିଜର ଫିଲ୍ମ ବିଷୟରେ ଅପଡେଟ୍‌ ଦିଅନ୍ତି। ନିକଟରେ ସେ ଓଜନ ବଢ଼ାଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି।
ଏକତା କପୁରଙ୍କ ଫିଲ୍ମ ‘ଫ୍ରେଡି’ ପାଇଁ ସେ ତାଙ୍କର ଓଜନ ୧୨ ରୁ ୧୪ ବଢ଼ାଇଛନ୍ତି। ଏନେଇ କାର୍ତ୍ତିକଙ୍କ ଫିଟନେସ୍‌ ଟ୍ରେନର ସମୀର ଜୌରା ସୂଚନା ଦେଇଛନ୍ତି। ଫିଲ୍ମରେ କାର୍ତ୍ତିକ ନିଜର ଭୂମିକା ପାଇଁ ଟ୍ରାନ୍ସଫର୍ମେଶନ ଲାଗି ଓଜନ ବଢ଼ାଉଛନ୍ତି। ଏଥିପାଇଁ ବ୍ୟାୟାମ ସହ ଡାଏଟ୍‌ ମଧ୍ୟ କରିବାକୁ ପଡ଼ୁଛି ବୋଲି ସେ ଏକ ସାକ୍ଷାତକାରରେ କହିଛନ୍ତି। ଏହାପରେ ଦର୍ଶକଙ୍କ ଉତ୍କଣ୍ଠା ବୃଦ୍ଧି ପାଇଛି।

Share