କାର୍ତ୍ତିକଙ୍କ ଚାଲାଣ କାଟିଲା ପୋଲିସ

ମୁମ୍ବାଇ: ଅଭିନେତା କାର୍ତ୍ତିକ ଆର୍ଯ୍ୟନ ତାଙ୍କ ଫିଲ୍ମ ‘ଶେହଜାଦା’କୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। କାର୍ତ୍ତିକ ଏବଂ କ୍ରୀତି ସାନନଙ୍କ ଏହି ଫିଲ୍ମ ରିଲିଜ ହେବା ପରଠାରୁ ଏହା ରେକର୍ଡ କରିଛି। ଉଭୟେ ‘ଶେହଜାଦା’କୁ ନେଇ ବହୁତ ଉତ୍ସାହିତ ଅଛନ୍ତି। କାର୍ତ୍ତିକ ଫେବୃୟାରୀ ୧୭ ଅର୍ଥାତ୍‌ ଶୁକ୍ରବାର ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ଫିଲ୍ମ ‘ଶେହଜାଦା’ପ୍ରଥମ ଦିନରେ ପ୍ରେକ୍ଷାଳୟରେ ହିଟ୍‌ ବି ହୋଇଛି। ତେବେ ଏହି ଖୁସି ଭିତରେ କାର୍ତ୍ତିକଙ୍କୁ ଏକ ଝଟ୍‌କା ଲାଗିଛି।

କାର୍ତ୍ତିକ ତାଙ୍କର ନୂଆ ଫିଲ୍ମ ପାଇଁ ଆଶୀର୍ବାଦ ପାଇବାକୁ ସିଦ୍ଧିବିନାୟକ ମନ୍ଦିର ଯାଇଥିଲେ। ଏହି ସମୟରେ ସେ ତାଙ୍କ କାର୍‌କୁ ଭୁଲ୍‌ ସ୍ଥାନରେ ପାର୍କିଂ କରିଥିଲେ। ତେଣୁ ପୋଲିସ ତାଙ୍କର ଚାଲାଣ କାଟିଛି। ତେବେ କେତେ ଟଙ୍କାର ଚାଲାଣ କଟିଛି ସେ ନେଇ କୌଣସି ସୂଚନା ନାହିଁ।

Share