ବମ୍ବେ: ‘ଗଦର ୨’ର ସଫଳତା ପରେ ନିର୍ମାତାମାନେ ‘ବର୍ଡ଼ର ୨’ ଆଣିବାକୁ କରୁଛନ୍ତି ଯୋଜନା। ଏହାର ସ୍କ୍ରିପ୍ଟ ପ୍ରସ୍ତୁତ ଥିବା ବେଳେ ଅଭିନେତା ସନ୍ନି ଦେଓଲଙ୍କ ସହ ଯୁବ କଳାକାରଙ୍କୁ ଯୋଡ଼ାଯିବ। ଏଥିଲାଗି ପ୍ରଥମ ପସନ୍ଦ ଥିଲେ କାର୍ତ୍ତିକ ଆର୍ୟନ। ହେଲେ ଫିଲ୍ଟଟି ମଲ୍ଟିଷ୍ଟାରର ହୋଇଥିବା ଯୋଗୁ କାର୍ତ୍ତିକ ଏହାକୁ କରିବାକୁ ମନା କରିଦେଇଛନ୍ତି। ଏପରିକି ସ୍କ୍ରିପ୍ଟ ତାଙ୍କୁ ସେତେଟା ଆକର୍ଷକ ଲାଗିନାହିଁ ବୋଲି କୁହାଯାଉଛି।