କାର୍ତ୍ତିକ ଆର୍ଯ୍ୟନ ଶେୟାର କଲେ ‘ଭୁଲ ଭୁଲେୟା ୩’ର ଟିଜର

ମୁମ୍ବାଇ: ହିନ୍ଦୀ ସିନେମାର ସୁପରଷ୍ଟାର କାର୍ତ୍ତିକ ଆର୍ଯ୍ୟନ ପୁଣିଥରେ ରୁହ ବାବା କ୍ୟାରେକ୍ଟରରେ ଫ୍ୟାନ୍ସଙ୍କ ଦିଲ ଜିତିବାକୁ ଆସୁଛନ୍ତି । ‘ଭୁଲ ଭୁଲେୟା ୨’ର ସଫଳତା ପରେ ଏବେ ମେକର୍ସ ‘ଭୁଲ ଭୁଲେୟା ୩’ନେଇ ଆସୁଛନ୍ତି । ଏହାର ଘୋଷଣା କାର୍ତ୍ତିକ ଆର୍ଯ୍ୟନ ସୋସିଆଲ ମିଡିଆରେ କରି ଦେଇଛନ୍ତି । ଏହି ଘୋଷଣା ସହ ଅଭିନେତା ଫିଲ୍ମର ଟିଜର ବି ରିଲିଜ୍ କରିଦେଇଛନ୍ତି ।
ଗତବର୍ଷ ବଲିଉଡରେ ହିଟ୍ ହୋଇଥିବା ମୁଭି କଥା ଯଦି କୁହାଯାଏ ତେବେ ଟପରେ ରହିବ କାର୍ତ୍ତିକ ଆର୍ଯ୍ୟନଙ୍କ ମୁଭି ‘ଭୁଲ ଭୁଲେୟା ୨’ । ପାର୍ଟ ୨ର ସୁପର ସକସେସ ପରେ ଏବେ ‘ଭୁଲ ଭୁଲେୟା ୩’ର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ବୁଧବାର କାର୍ତ୍ତିକ ଆର୍ଯ୍ୟନ ତାଙ୍କ ଅଫିସିୟାଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହାର ଘୋଷଣା କରିଛନ୍ତି । ଏହାସହ କାର୍ତ୍ତିକ ‘ଭୁଲ ଭୁଲେୟା ୩’ର ଟିଜର ବି ରିଲିଜ୍ କରିଛନ୍ତି । ଏହି ଟିଜରରେ ଅଭିନେତା ରୁହ ବାବା କ୍ୟାରେକ୍ଟରରେ ନଜର ଆସିଛନ୍ତି । ଏହାସହ କାର୍ତ୍ତିକ କହୁଥିବା ଶୁଣିବାକୁ ମିଳିଛି, କ୍ୟା ଲଗା କାହାନି ଖତମ ହୋଗଇ’ । ଦରୱାଜେ ତୋ ବନ୍ଦ ହୋତେ ହୈ ତାକି ଦୋବାର ଖୁଲ ସକେ, ମେ ସିର୍ଫ ଆତ୍ମାୟୋଁ ସେ ବାତ ନେହିଁ କରତା, ବରଂ ଆତ୍ମା ମେରେ ଅନ୍ଦର ଆ ଭି ଯାତା ହୈ । ‘ଭୁଲ ଭୁଲେୟା ୩’ର ଏହି ସାନଦାର ଟିଜର ସହ ଫିଲ୍ମର ରିଲିଜ ଡେଟ ବି ଘୋଷଣା କରାଯାଇଛି ।
କାର୍ତ୍ତିକ ଆର୍ଯ୍ୟନ ‘ଭୁଲ ଭୁଲେୟା ୩’ର ଟିଜର ଶେୟାର କରିବା ସହ ଭିଡିଓର କ୍ୟାପଶନରେ ଲେଖିଛନ୍ତି, ‘ରୁହ ବାବା ରିଟର୍ଣ୍ଣସ ୨୦୨୪’ ଅର୍ଥାତ୍ ‘ଭୁଲ ଭୁଲେୟା ୩’ ଆସନ୍ତା ବର୍ଷ ଦୀପାବଳିରେ ରିଲିଜ ହେବ ।

Share