ଅଭିନେତାଙ୍କୁ ପୁଣି କରୋନା

ବମ୍ବେ: ପୁଣି କରୋନାରେ ଆକ୍ରାନ୍ତ ହୋଇଛନ୍ତି ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ। ସୋସିଆଲ ମିଡିଆରେ ଏନେଇ ସେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। କାର୍ତ୍ତିକ ଇନ୍‌ଷ୍ଟାଗ୍ରାମରେ ନିଜର ଏକ ଫଟୋ ଶେୟାର କରି କ୍ୟାପସନରେ ଲେଖିଛନ୍ତି- ‘ସବୁ କିଛି ପଜିଟିଭ୍‌ ହେଉଥିଲା, କରୋନା ଏହା ଦେଖି ଆଉ ସହିପାରିଲା ନାହିଁ।’

କାର୍ତ୍ତିକ କରୋନା ଆକ୍ରାନ୍ତ ହେବା ଖବର ସାମ୍ନାକୁ ଆସିବା ପରେ କାର୍ତ୍ତିକଙ୍କ ପ୍ରଶଂସକମାନେ ଚିନ୍ତିତ ହୋଇପଡିଛନ୍ତି। ସମସ୍ତେ ତାଙ୍କ ଶୀଘ୍ର ଆରୋଗ୍ୟ ହେବା ନେଇ କାମନା କରୁଛନ୍ତି। ପୂର୍ବରୁ କାର୍ତ୍ତିକ ୨୦୨୧ ମାର୍ଚ୍ଚ ୨୨ ତାରିଖରେ କରୋନାରେ ଆକ୍ରାନ୍ତ ହୋଇଥିଲେ।

ନିକଟରେ କାର୍ତ୍ତିକ ଅଭିନୀତ ଫିଲ୍ମ ‘ଭୁଲ ଭୁଲେୟା-୨’ ରିଲିଜ ହୋଇଛି। ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି। ରିଲିଜ ହେବାର ଦୁଇ ସପ୍ତାହ ମଧ୍ୟରେ ଏହା ୧୦୦ କୋଟି କ୍ଲବରେ ଏଣ୍ଟ୍ରି କରିସାରିଛି। ଫିଲ୍ମରେ କାର୍ତ୍ତିକଙ୍କ ସହ କିଆରା ଆଡଭାନୀ ଓ ତବୁ ମଧ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି।

Share