ନିର୍ଦ୍ଧାରିତ ତାରିଖରେ ରିଲିଜ ହେବ ‘ଭୁଲ ଭୁଲେୟା ୨’

ମୁମ୍ବାଇ: ବହୁ କଳ୍ପନା ଜଳ୍ପନା ପରେ ମେକର୍ସ ସ୍ଥିର କରିଛନ୍ତି କି ଭୁଲ ଭୁଲେୟା ୨ର ରିଲିଜ ଡେଟକୁ ସ୍ଥଗିତ କରାଯିବ ନାହିଁ କି ଘୁଞ୍ଚାଇ ଦିଆଯିବ ନାହିଁ । ପୂର୍ବ ନିର୍ଦ୍ଧାରତ ତାରିଖ ଅନୁଯାୟୀ ଏହା ରିଲିଜ୍ କରାଯିବ । ଫିଲ୍ମ କ୍ରିଟିକ ଓ ଟ୍ରେଡ ଆନାଲିଷ୍ଟ ତରନ ଆଦର୍ଶ ଟୁଇଟର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଅର୍ଥାତ୍ ୨୫ ମାର୍ଚ୍ଚ ୨୦୨୨ରେ ଏହା ରିଲଜ୍ ହେବ । କାର୍ତ୍ତିକ ଆର୍ଯ୍ୟନ, କିଆରା ଆଡଭାନୀ ଓ ତବୁଙ୍କ ଅଭିନୀତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅନିସବାଜମି ଓ ପ୍ରଯୋଜନା କରିଛନ୍ତି ଭୁଷଣ କୁମାର ଓ ମୁରଦ ଖେଟାନି ।
‘ଭୁଲ ଭୁଲେୟା ୨’ ହେଉଛି କମିକ ସୁପରନ୍ୟାଚୁରାଲ ଥ୍ରିଲର ଡ୍ରାମା ଫିଲ୍ମ ଭୁଲ ଭୁଲେୟାର ସିକ୍ୱିଏଲ । ପ୍ରଥମ ଭାଗଟି ମାଲୟାଲାମ ବ୍ଲକ ବୁଷ୍ଟର ଫିଲ୍ମ ‘ମଣିଚିତ୍ରଥାଜୁ’ର ରିମେକ । ଯେଉଁଥିରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଥିଲେ ବିଦ୍ୟା ବଲାନ, ସିନେ ଆହୁଜା ଓ ଅମିଶା ପଟେଲ । ଏଥର ଏହାର ସିକ୍ୱିଏଲରେ ରହିଛନ୍ତି କାର୍ତ୍ତିକ ଆର୍ଯ୍ୟନ ଓ କିଆରା ଆଡଭାନି । ରାଜପାଲ ଯାଦବଙ୍କୁ ଏଥିରେ ଛୋଟ ପଣ୍ଡିତ ଭୂମିକାରେ ଦେଖିବାକୁ ମିଳିବ ।

Share