କାର୍ତ୍ତିକଙ୍କ ପ୍ରଥମ ଅନସ୍କ୍ରିନ କିସିଂ ସିନ ଦେଖି କାନ୍ଦି ପକାଇଥିଲେ ମାଆ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ପପୁଲାରିଟି ପାଇଁ ତାଙ୍କ ରୋମାଣ୍ଟିକ ଅବତାର ବେଶ ଦାୟୀ ବୋଲି କୁହାଯାଏ । ଏବେ କାର୍ତ୍ତିକଙ୍କ ଅଭିନୀତ ଫିଲ୍ମ ‘ଭୁଲ ଭୁଲେୟା ୨’ରେ ବି ସେ କିଆରାଙ୍କ ସହ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛନ୍ତି । ଏଥିରେ ଉଭୟଙ୍କର ଏକ କିସିଂ ସିନ ବି ରହିଛି ।
କାର୍ତ୍ତିକଙ୍କ କିସିଂ ସିନ ସହ ରୋମାଣ୍ଟିକ ମୋମେଣ୍ଟସକୁ ଦର୍ଶକେ ବେଶ ପସନ୍ଦ କରନ୍ତି । ହେଲେ ନିଜେ ଅଭିନେତା ଅନସ୍କ୍ରିନ କିସିଂ ସିନ କରିବାକୁ ଟିକେ ସଙ୍କୋଚ ପ୍ରକାଶ କରିଥାଆନ୍ତି । କାରଣ ତାଙ୍କ ବଲିଉଡ ଡେବ୍ୟୁ ଫିଲ୍ମ ‘ପ୍ୟାର କା ପଞ୍ଚନାମା’ରେ ସେ ନୁଶରତ ଭରୁଚାଙ୍କ ସହ ଏକ କିସିଂ ସିନ୍ ଦେଇଥିଲେ । ଯଦିଓ ଏହା ତାଙ୍କ ପାଇଁ ଏତେ ସହଜ ନ ଥିଲା ତଥାପି ସେ ଏହା କରିଥିଲେ । ହେଲେ ଏହାକୁ ନେଇ ତାଙ୍କ ଘରୁ ଏମିତି ରିଆକ୍ସନ ଆସିଥିଲା ଯାହାକୁ ନେଇ ଭୟ କରି ଯାଇଥିଲେ କାର୍ତ୍ତିକ । କାରଣ ଏହି ସିନ ଦେଖି ପ୍ରଥମେ ତାଙ୍କ ମାଆ କାନ୍ଦି ପକାଇଥିଲେ ଆଉ ତାଙ୍କ ଜେଜେମାଆଙ୍କୁ ଏହା ଆଦୌ ପସନ୍ଦ ନ ଥିଲା । ତେଣୁ ସେ ପୁଣିଥରେ ଅନସ୍କ୍ରିନ କିସିଂ କରିବାକୁ ପଛଘୁଞ୍ଚା ଦେଇଥିଲେ ।
ତାଙ୍କର ଦ୍ୱିତୀୟ ଫିଲ୍ମ ‘ଅକାଶବାଣୀ’ ସମୟରେ ସେ ଏକ ସାକ୍ଷାତକାରରେ କହିଥିଲେ ମୁଁ ପୁଅ ମୋତେ ଜଣାଅଛି କିସ୍ କେମିତି କରାଯାଏ । ହେଲେ ମୋ ମାଆ ଓ ଜେଜେମାଆଙ୍କୁ ଏହା ପସନ୍ଦ ନୁହେଁ । ତେଣୁ ‘ପ୍ୟାର କା ପଞ୍ଚନାମା’ରେ ଏକ ଲିପ ଲକ ସିନ୍ ଥିଲେ ବି ସେ ଲଭ(ରଞ୍ଜନ)ଙ୍କୁ ଏହା କରିବାକୁ ମନା କରିଦେଇଥିଲେ । ସେ କହିଥିଲେ ଏମିତି ସିନ୍ ଦେଖିଲେ ମୋ ଜେଜେ ମାଆ ରାଗୁଛନ୍ତି ।
କାର୍ତ୍ତିକ ଏବେ ବଲିଉଡର ଜଣେ ୟଙ୍ଗ ଷ୍ଟାର । ଇଣ୍ଡଷ୍ଟି ତାଙ୍କ ଠାରୁ ବହୁତ କିଛି ଆଶା ରଖିଛି ।

Share