ବମ୍ବେ: ‘ଲଭ ଆଜକଲ୍ ୨’ପରେ ଏବେ ପୁଣିଥରେ ପରଦାରେ ରୋମାନ୍ସ କରିବେ ଅଭିନେତା କାର୍ତ୍ତିକ ଆର୍ୟନ ଏବଂ ସାରା ଅଲ୍ଲି ଖାନ୍। ଫିଲ୍ମ ‘ଆଶିକି ୩’ରେ ଉଭୟ ନଜର ଆସି ପାରନ୍ତି। ଟି ସିରିଜ ଅଫିସରେ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଏବଂ ପ୍ରୀତମଙ୍କ ସହ କାର୍ତ୍ତିକଙ୍କ ମିଟିଂ ଶେଷ ହୋଇଛି। ଏହାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଣୁ ଖୁବ୍ଶୀଘ୍ର ଅଭିନେତା ଏହାର ଶୁଟିଂ ଆରମ୍ଭ କରିବେ ବୋଲି କୁହାଯାଉଛି।
କହିରଖୁଛୁ, କାର୍ତ୍ତିକ ଏବେ କବିର ଖାନ୍ଙ୍କ ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିୟନ’ର ଶୁଟିଂ କରୁଛନ୍ତି। ଏହାକୁ ଶେଷ କରିବା ପରେ ସେ ଆଶିକି ୩ ଲାଗି ଶୁଟିଂ ଆରମ୍ଭ କରିପାରନ୍ତି। ପୂର୍ବରୁ ଆଶିକି ଏବଂ ଆଶିକି ୨ ଦର୍ଶକଙ୍କ ଭଲପାଇବା ଯୋଗୁ ହିଟ୍ ସାବ୍ୟସ୍ତ ହୋଇଥିଲା। ଏବେ ସେଭଳି କିଛି ଦର୍ଶକ ଆଶା କରୁଛନ୍ତି।