କାର୍ତ୍ତିକଙ୍କଠାରୁ ଆରମ୍ଭ କରି କଙ୍ଗନା: କରନ୍‌ ଜୋହରଙ୍କ ସହ ଝଗଡ଼ା କରିଛନ୍ତି…

ବମ୍ବେ: ବଲିଉଡ୍‌ରେ ନେପୋଟିଜିମ୍‌(ପରିବାରବାଦ) ଉପରେ କଥା ଉଠିଲେ ନିର୍ଦ୍ଦେଶକ ତଥା ପ୍ରଯୋଜକ କରନ୍‌ ଜୋହରଙ୍କ ନାମ ପ୍ରଥମେ ଆସେ। ବଡ଼ପରଦାରେ ଷ୍ଟାରକିଡ୍ସମାନଙ୍କୁ ଲଞ୍ଚ କରିବା ଏହା ପଛର କାରଣ ବୋଲି କୁହାଯାଏ। କଥା ଏତିକିରେ ସୀମିତ ନୁହେଁ। ବଲିଉଡ୍‌ର କିଛି କଳାକାରଙ୍କ ସମ୍ପର୍କ କରନ୍‌ଙ୍କ ଝଗଡ଼ା ହୋଇଛି।

ନିକଟରେ କରନ୍‌ ନିଜର ପ୍ରଯୋଜନା ସଂସ୍ଥା ‘ଧର୍ମା ପ୍ରଡକ୍ସନ୍‌’ର ଚଳଚ୍ଚିତ୍ର ‘ଦୋସ୍ତାନା-୨’ରୁ ଅଭିନେତା କାର୍ତ୍ତିକ ଆର୍ୟନଙ୍କୁ ବାହାର କରିଥିଲେ। ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା। ସେହିଭଳି କଙ୍ଗନା ରାଣାଓ୍ବତ, ଶାହାରୁଖ ଖାନ୍‌, ଆୟୁଷ୍ମାନ ଖୁରାନା,ଅଜୟ ଦେବଗନ, କାଜୋଲ, ଅନୁରାଗ କଶ୍ୟପଙ୍କ ସହ ଝଗଡ଼ା ହୋଇସାରିଛି।

ଶାହାରୁଖଙ୍କୁ ନିଜ ବାପା, ଭାଇ ପରି ମାନନ୍ତି କରନ୍‌। ହେଲେ ତାଙ୍କ ବିନା ଫିଲ୍ମ ନିର୍ମାଣ କରିଥିବାରୁ ଖରାପ ଭାବିଥିଲେ ସେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ମନାନ୍ତର ହୋଇଥିଲା।

ଆୟୁଷ୍ମାନଙ୍କୁ ଧର୍ମା ପ୍ରଡକ୍ସନ କାମ ଦେବାକୁ ମନା କରିଥିଲା। ସେତେବେଳେ ସେ ଆର୍‌ଜେ ଥିଲେ। ଏହା ତାଙ୍କୁ ଖରାପ ଲାଗିଥିବା ନେଇ କଫି ଉଇଥ୍‌ କରନ୍‌ ଶୋ’ରେ ଅଭିନେତା କହିଥିଲେ।

କରନ୍‌-କାଜୋଲ ଭଲ ବନ୍ଧୁ। ହେଲେ କାଜୋଲଙ୍କୁ ନେଇ ଅଜୟ ଦେବଗନ ଏବଂ କରନ୍‌ଙ୍କ ମଧ୍ୟରେ ତୁ ତୁ ମେଁ ମେଁ ହୋଇଛି।
କଙ୍ଗନା କରନ୍‌ଙ୍କ ଶୋ’ରେ ତାଙ୍କୁ ଅନେକ କଟାକ୍ଷ କରିଥିଲେ। ଏକାଧିକ ଥର ପରିବାରବାଦକୁ ନେଇ ମଧ୍ୟ ଅଭିନେତ୍ରୀ ତାଙ୍କୁ କଟୁ ମନ୍ତବ୍ୟ ଦେଇଥାନ୍ତି।

ସେହିଭଳି କରିନା କପୁର ଖାନ୍‌ ଏବଂ ଅନୁରାଗ କଶ୍ୟପଙ୍କ ସହ କରନ୍‌ଙ୍କ ଝଗଡ଼ା ହୋଇଛି।

Share