ତାରାଙ୍କ ପ୍ରେମରେ କାର୍ତ୍ତିକ

ମୁମ୍ବାଇ: ବଲିଉଡ୍‌ରେ ପ୍ରତିଦିନ ଅନେକ ସମ୍ପର୍କ ଗଢିଉଠିବା ସହ କିଛି ସମ୍ପର୍କ ଭାଙ୍ଗିଥାଏ। ତେବେ ବି-ଟାଉନରେ ଆଉ ୨ କଳାକାରଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିବା ଜଣାପଡ଼ିଛି। ବଲିଉଡ୍‌ରେ ୨ ଲୋକପ୍ରିୟ କଳାକାର ଏବେ ପରସ୍ପରକୁ ଡେଟ୍‌ କରିବା ଆରମ୍ଭ କରିଛନ୍ତି। ସେମାନେ ହେଲେ କାର୍ତ୍ତିକ ଆର୍ଯ୍ୟନ ଓ ତାରା ସୁତାରିଆ। କିଛିଦିନ ହେବ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଛି। ନିକଟରେ ଉଭୟେ ଏକ ଡିନର ଡେଟ୍‌ରେ ଯିବା ପରେ ଡେଟିଂ ଚର୍ଚ୍ଚା ଆରମ୍ଭ ହୋଇଛି। ଦୁହଁିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେଥିରେ ଉଭୟେ ଏକ ରେଷ୍ଟୁରାଣ୍ଟରୁ ବାହାରୁଥିବା ଦେଖିବାକୁ ମିଳିଛି। ଏହାପରେ କାର୍‌ରେ ବସିବା ପୂର୍ବରୁ ତାରା କାର୍ତ୍ତିକଙ୍କୁ ଆଲିଙ୍ଗନ କରୁଥିବା ନଜରକୁ ଆସିଛି। ସେମାନଙ୍କ ସହିତ ଖୁସି କପୁର ମଧ୍ୟ ସାମିଲ ଥିଲେ। ସେଠାରେ ରବିନା ଟଣ୍ଡନଙ୍କ ଝିଅ ରାଶା ଥାଡାନି, ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଡିନରରେ ଥିବା ଦେଖିବାକୁ ମିଳିଛି। ପୂର୍ବରୁ ସେ ସାରା ଅଲ୍ଲି ଖାନଙ୍କ ସହ ଡେଟ୍‌ କରୁଥିଲେ। କାର୍ତ୍ତିକ ୨୦୧୧ରେ ତାଙ୍କ ବଲିଉଡ୍‌ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ଦର୍ଶକଙ୍କୁ ତାଙ୍କର ଅନେକ ଭେଟି ଦେଇଛନ୍ତି। ଶେଷଥର ପାଇଁ ତାଙ୍କୁ ଫିଲ୍ମ ‘ସତ୍ୟପ୍ରେମ କି କଥା’ରେ ଦେଖିବାକୁ ମିଳିଥିଲା। ଆସନ୍ତା ବର୍ଷ ଆସିବାକୁ ଥିବା ସିନେମା ‘ଚନ୍ଦୁ ଚାମ୍ପିୟନ’ ପାଇଁ ସେ ଏବେ ବ୍ୟସ୍ତ ଅଛନ୍ତି।

Share