Advertisement

କାର୍ତ୍ତିକ ସରିଲା, ଶୀତ ଗାଏବ: ପର୍ଯ୍ୟଟକ ନିରାଶ

ଦାରିଙ୍ଗବାଡି, ୧୫।୧୧ (ଅରୁଣ ସାହୁ): କାର୍ତ୍ତିକ ସରିଲା ହେଲେ ଅଦ୍ୟାବଧି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶୀତ ଆସିନାହିଁ । ଏହି ସମୟରେ ସର୍ବନିମ୍ମ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିବା ନଜିର ରହିଥିବାବେଳେ ଚଳିତବର୍ଷ ଶୁକ୍ରବାର ସୁଦ୍ଧା ସର୍ବନିମ୍ନ ୧୫ ଡିଗ୍ରୀ ରହିଥିବା ବ୍ଲକ ପ୍ରଶାସନ ସୂତ୍ର୍‌ରୁ ଜଣାପଡିଛି।

ଅଞ୍ଚଳରେ ବୋଇତ ବନ୍ଦାଣ ଦିନ ଅର୍ଥାତ କାର୍ତ୍ତିକ ମାସର ପୂର୍ଣ୍ଣିମାରେ ଭୋର ସମୟରେ ବୋଇତ ଭସାଇବାକୁ ଶୀତ ପାଇଁ ଯିବା ଭାରି କଷ୍ଟ ହେଉଥିବା ନଜିର ଥିବା ବେଳେ ଚଳିତ ଥର ଶୀତ ନ ଥିବାରୁ ଅଞ୍ଚଳବାସୀ ଓ ପର୍ଯ୍ୟଟକଙ୍କ ମଧ୍ୟରେ ନିରାଶଭାବ ଦେଖାଯାଇଛି। ଦାରିଙ୍ଗବାଡିକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଶୀତର ମଜା ନେବାକୁ ଆଶା କରି ଆସୁଥିବା ବେଳେ ଜଳବାୟୁ ପରିବର୍ତ୍ତନ ଯୋଗୁ ପୂର୍ବ ବର୍ଷ ଭଳି ଶୀତ ଆସି ନ ଥିବା ଚିନ୍ତାର କାରଣ ହୋଇଛି। ଶୀତ ଆସିଲେ ଦାରିଙ୍ଗବାଡି ଅଞ୍ଚଳର ଫୁଲ, ବନ୍ଧା, ଫଳ କୋବିର ସୱାଦ ବୃଦ୍ଧି ପାଉଥିବା ନଜିର ରହିଛି କିନ୍ତୁ ଶୀତ ନ ଥିବା କାରଣରୁ ଚାଷୀ ମଧ୍ୟ ନିରାଶ ହୋଇଥିବା ପନିପରିବା ବ୍ୟବସାୟୀ ତଥା ଚାଷୀ ଅମରେନ୍ଦ୍ର ପ୍ରଧାନ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେଲା ଦିନରେ ପାଗ ମେଘୁଆ ରହିବା ସହ ହାଲକା କୋହଲା ପବନ ବୋହୁଛି ସଂଧ୍ୟା ନଇଁଲେ ଶୀତ କମିବାରେ ଲାଗୁଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share