ପୁରୀ ଅଫିସ,୬ା୧୦: ଗୁରୁବାର ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀ ତିଥିରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ନୀତି। ସକାଳ ୫ଟା ୧୮ମିନିଟ୍ରେ ଦ୍ୱାରଫିଟା ନୀତି ସମ୍ପନ୍ନ ପରେ ବିଧି ମୁତାବକ ଅନ୍ୟ ନୀତି ପାଳନ କରାଯାଉଛି।ଅବକାଶ ନୀତି ସମ୍ପନ୍ନ ପରେ ମହାପ୍ରଭୁଙ୍କର ରାଧାଦାମୋଦର ବେଶକୁ ଆଜି ଭକ୍ତମାନେ ଭିତରକାଠ ନିକଟରୁ ଦର୍ଶନ କରିବାର ସୁଯୋଗ ପାଇଛନ୍ତି।
ଆଜିଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ବାଳଭୋଗ ଲାଗି ହେବାର ପରମ୍ପରା ରହିଛି। କାର୍ତ୍ତିକ ବ୍ରତଧାରୀମାନେ ଆଜିଠୁ ବ୍ରତ ପାଳନ କରୁଛନ୍ତି।