ଛାତ୍ରୀଛାତ୍ରଙ୍କୁ ଗୁରୁମନ୍ତ୍ର ଦେଲେ ୫-ଟି ଅଧ୍ୟକ୍ଷ, କହିଲେ ୫ ବର୍ଷ ପରିଶ୍ରମ କଲେ ୫୦ ବର୍ଷ ଖୁସି ମିଳିବ

ହିଞ୍ଜିଳିକାଟୁ,୧୬ା୧୨(ଦ୍ୱିତୀକୃଷ୍ଣ ପଣ୍ଡା): କେବଳ ପାଠପଢ଼ା ନୁହେଁ, ଖେଳକୁଦ, ନାଚ ଗୀତ, ବକ୍ତୃତା ସହ ବିବିଧ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରି ନିଜକୁ ସ୍ବତନ୍ତ୍ର ଭାବେ ଗଢ଼ିବା ପାଇଁ ମନ୍ତ୍ର ଦେଇଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଶନିବାର ଗଞ୍ଜାମ ଜିଲା ଗସ୍ତ ଅବସରରେ ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମରେ ଆୟୋଜିତ ନୂଆ-ଓ ତଥା ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଉପସ୍ଥିତ ହଜାର ହଜାର ଛାତ୍ରୀଛାତ୍ରଙ୍କୁ ନୂଆ ଓଡ଼ିଶା ଗଠନରେ ମୁଖ୍ୟମନ୍ତ୍ରୀଙ୍କ ଆଶା-ଓ ଭରସାକୁ ସାକାର କରିବା ପାଇଁ ଆହ୍ବାନ ଦେଇଥିଲେ। ନୂଆ-ଓ କାର୍ଯ୍ୟକ୍ରମ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ କାହିଁକି ନିଷ୍ପତ୍ତି ନେଲେ ତାହା କହିଥିଲେ ୫-ଟି ଅଧ୍ୟକ୍ଷ। ଛାତ୍ରୀଛାତ୍ରଙ୍କ ବ୍ୟକ୍ତିଗତ ଉନ୍ନତି ପାଇଁ କଲେଜରେ ପାଠପଢ଼ା ଗୁରୁତ୍ୱପୂର୍ଣ୍ଣ ଅଟେ କିନ୍ତୁ ପାଠପଢ଼ା ସହ ଅତିରିକ୍ତ ପାଠ୍ୟକ୍ରମ କାର୍ଯ୍ୟକଳାପ ଗୁରୁତ୍ୱପୂର୍ଣ୍ଣ ଅଟେ। ଏଥିପାଇଁ ଏହି କାର୍ଯ୍ୟକ୍ରମ ନୂଆ-ଓଡ଼ିଶା ବୋଲି ପାଣ୍ଡିଆନ କହିବା ସହ ପ୍ରତିବର୍ଷ ଏହାର ଆୟୋଜନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି କହିଛନ୍ତି।

ହିଞ୍ଜିଳିକାଟୁ ନୂଆ ଓଡ଼ିଶା କାର୍ଯ୍ୟକ୍ରମ ପରେ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଶେରଗଡ଼ କାର୍ଯ୍ୟକ୍ରମକୁ ଯିବା ରାସ୍ତାରେ ହିଞ୍ଜିଳିକାଟୁ ବିଜୁ ପଟ୍ଟନାୟକ ଛକରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସେଠାରେ ବ୍ଲକ ଓ ପୌରାଞ୍ଚଳର ବିଜେଡି ନେତ୍ରୀନେତା ଓ କର୍ମୀ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ସିଇଓ ଡିଆରଡିଏ ଭି.କୀର୍ତ୍ତି ଭାସନ, ଦକ୍ଷିଣାଞ୍ଚଳ ଆଇଜିପି ସତ୍ୟବ୍ରତ ଭୋଇ,ଗଞ୍ଜାମ ଏସ୍‌ପି ଜଗମୋହନ ମୀନାଙ୍କ ସମେତ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ବିଭିନ୍ନ କଲେଜର ଅଧ୍ୟକ୍ଷ, ଅଧ୍ୟାପିକା-ଅଧ୍ୟାପକ ଉପସ୍ଥିତ ଥିଲେ।

Share