ବିବାହକୁ ନେଇ ଏମିତି କହିଲେ କାର୍ତ୍ତିକ

ମୁମ୍ବାଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଇଣ୍ଡଷ୍ଟ୍ରିର ମୋଷ୍ଟ ଏଲିଜବଲ୍‌ ବ୍ୟାଚଲର। ତାଙ୍କ ଚେହେରା, ହସ ଏବଂ ଷ୍ଟାଇଲ୍‌ ଉପରେ ସାରା ବିଶ୍ୱର ନଜର। ଝିଅମାନେ କ’ଣ ପୁଅମାନେ ମଧ୍ୟ ତାଙ୍କ ଷ୍ଟାଇଲ୍‌କୁ ଖୁବ୍‌ ପସନ୍ଦ କରନ୍ତି।

ବି’ ଟାଉନରେ କାର୍ତ୍ତିକ ୧୦ ବର୍ଷ ଅତିବାହିତ କରିସାରିଲେଣି। ତାଙ୍କ ନାମ ସହିତ ଅନେକ ଅଭିନେତ୍ରୀଙ୍କ ନାଁ ଯୋଡ଼ା ଯାଇଥିଲା। କିନ୍ତୁ ସେ ସମ୍ପର୍କକୁ କେବେ ସ୍ବୀକାର କରି ନ ଥିଲେ। ତାଙ୍କୁ ଭଲ ପାଉଥିବା ପ୍ରତ୍ୟେକ ପ୍ରଶଂସକ ଜାଣିବାକୁ ଚାହାନ୍ତି ଯେ ତାଙ୍କ ହୃଦୟରେ କିଏ ଅଛନ୍ତି।

କାର୍ତ୍ତିକ ‘ସତ୍ୟପ୍ରେମ କି କଥା’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମ ଚଳିତ ମାସରେ ରିଲିଜ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ କାର୍ତ୍ତିକ ମଧ୍ୟ ନିଜ ଷ୍ଟାଇଲ୍‌ରେ ଫିଲ୍ମର ପ୍ରମୋଶନ ଆରମ୍ଭ କରିଛନ୍ତି। ନିକଟରେ ସେ ଟୁଇଟରରେ #AskKartik ଅଧିବେଶନ ରଖିଥିଲେ। ଯେଉଁଥିରେ ସେ ବାର୍ତ୍ତାଳାପ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି ସମୟରେ କାର୍ତ୍ତିକ ତାଙ୍କ ପ୍ରେମ ଜୀବନ ଏବଂ ବିବାହ ପାଇଁ ତାଙ୍କର ଯୋଜନା ବିଷୟରେ ଖୋଲାଖୋଲି ଭାବରେ କଥା ହୋଇଥିଲେ।

ଜଣେ ୟୁଜର କାର୍ତ୍ତିକଙ୍କୁ ପଚାରିଲେ, ‘ଲଭ୍‌ ମ୍ୟାରେଜ କରିବେ ନା ଆରେଞ୍ଜ ମ୍ୟାରେଜ? ମାଲା ଆଣ୍ଟି (କାର୍ତ୍ତିକଙ୍କ ମା’)ଙ୍କ ନିକଟକୁ ବହୁତ ପ୍ରସ୍ତାବ ତ ଆସୁଥିବ। ଅଭିନେତା ଏହା ଉପରେ ଏକ ମଜାଳିଆ ଉତ୍ତର ଦେଇଥିଲେ। ସେ ଏହାର ଉତ୍ତରରେ ଲେଖିଛନ୍ତି, ‘ଏହି ବିବାହ ଆରେଞ୍ଜ ବାୟ ଲଭ୍‌’। ପ୍ରତିଦିନ ତ ପ୍ରସ୍ତାବ ଆସୁଛି। ସେହିପରି ଆଉ ଜଣେ ୟୁଜର ପଚାରିଲେ କେବେ ବିବାହ ହେଉଛି? ଏହାର ଉତ୍ତରରେ କାର୍ତ୍ତିକ କହିଥିଲେ, ଘୋଡ଼ା, ଭେନ୍ୟୁ, ମେନୁ ସବୁ ପ୍ରସ୍ତୁତ, କିନ୍ତୁ କନ୍ୟା ମିଳିବା ଉଚିତ। କାର୍ତ୍ତିକଙ୍କ ଏହି ଉତ୍ତର ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି।

Share