ଗଞ୍ଜାମ,୧୯।୧୧(ଡି.ଏନ୍.ଏ.): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ସ୍ଥିତ ପ୍ରସିଦ୍ଧ ଐତିହାସିକ ବଟେଶ୍ୱର ଶୈବପୀଠରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବାଲିଯାତ୍ରା ଅନୁଷ୍ଠିତ ହୋଇଛି । ଏହି ଯାତ୍ରାକୁ ଛଅ ଖଣ୍ଡ ଗ୍ରାମର ମନ୍ଦିର ପରିଚାଳନା କମିଟି ପରିଚାଳନା କରୁଛନ୍ତି । କାର୍ତ୍ତିକ ମାସ ଶେଷ ଅବସରରେ ପ୍ରବଳ ଭକ୍ତଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି। ଭକ୍ତଙ୍କ ଭିଡ଼କୁ ପରିଲକ୍ଷିତ କରି କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଭକ୍ତମାନେ ଧାଡ଼ିରେ ଠାକୁର ଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା ।