Categories: Video

ଯା..ରେ ଡଙ୍ଗା ଭାସିଯା

ଓଡିଶାର ପରମ୍ପରା ଓ ରୀତିନୀତି ଅନୁସାରେ ଆଜି ଦିନର ପହାନ୍ତା ପ୍ରହରରେ ଡଙ୍ଗା ଭସାଇବାର ପରମ୍ପରା ରହିଛି । ଆଜିର ଏହି ପବିତ୍ର ଦିନରେ ନଦୀ ପୁସ୍କରଣୀରେ ଡଙ୍ଗା ଭସାଇଲେ ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେବେ ଚଳିତ ବର୍ଷ କରୋନା କଟକଣା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି । ନଦୀ ପୁସ୍କରଣୀରେ ଏକତ୍ର ନହେବାକୁ ରିଲିଫ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ତେବେ ଆଜି ଆସନ୍ତୁ ଜାଣିବା କାର୍ତ୍ତିକ ପୂର୍ଣ୍ଣିମାର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ,ଡଙ୍ଗାଭସା ଓ କାର୍ତ୍ତିକ ପୂର୍ଣ୍ଣିମା ପଛରେ ରହିଥିବା କିଛି କିମ୍ବଦନ୍ତୀ ଓ ଐତିହାସିକ କଥା।