ବୈତରଣୀରେ କାର୍ତ୍ତିକ ବୁଡ଼ ପକାଇଲେ ଶ୍ରଦ୍ଧାଳୁ

ପାଟଣା,୧୯ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବରେ ଶୁକ୍ରବାର ସକାଳୁ ବୈତରଣୀର ପରମେଶ୍ୱର ଶିବ ମନ୍ଦିର ସଲଗ୍ନ ଅନସୂୟା ଘାଟ ଓ ରାଜନଗର ଶୈବ କାବେରୀ ଘାଟରେ ହଜାର ହଜାର ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି।

ବୈତରଣୀର ଶୈବ୍ୟକାବେରୀ ଘାଟରେ ସ୍ବତନ୍ତ୍ର ଭାବେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଛି। ରାଜନଗର ବୋଇତ ବନ୍ଦାଣ କମିଟି ପକ୍ଷରୁ ୪୦ ଫୁଟ ଲମ୍ବ ୨୦ଫୁଟ ଓସାର ବିଶିଷ୍ଟ ଏକ ସୁଦୃଶ ବୋଇତକୁ ପ୍ରଥମେ ପୂଜାର୍ଚ୍ଚନା କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗ ଦେଇଥିଲେ। ବୋଇତ ବନ୍ଦାଣ କମିଟି ପକ୍ଷରୁ ଧରଣୀଧର ଦାସ,ଦିଲୀପ କୁମାର ସିଂହ,ବାନି ସିଂହ,ପ୍ରତାପ ଚନ୍ଦ୍ର ରଣା, ଶରତ ଜ୍ୟୋତି କର, ଶ୍ରାବଣ କର, ଭାଗିରଥୀ ସିଂହ,ବିଜୁ ସିଂହ,ମଣ୍ଟୁ ନାୟକ,ରାଜେନ୍ଦ୍ର ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ପାଟଣା ଓ ତୁରୁମୁଙ୍ଗା ପୋଲିସ ପକ୍ଷରୁ ଅଞ୍ଚଳରେ ବିଭିନ୍ନ ମନ୍ଦିରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।