Categories: ଜାତୀୟ

‘କର୍ତ୍ତବ୍ୟ ପଥ‘ରେ ଆଇସକ୍ରିମର ୯୦ ଷ୍ଟଲ, ପାଣିର ୩୦ଟି ଟ୍ରଲିକୁ ମିଳିବ ଅନୁମତି

ନୂଆଦିଲ୍ଲୀ,୧୫ ।୯: ନିକଟରେ ରାଜଧାନୀ ଦିଲ୍ଲୀର ଇଣ୍ଡିଆ ଗେଟ ପାଖ ସର୍କଲର ନାମକରଣ ‘କର୍ତ୍ତବ୍ୟ ପଥ‘ କରାଯାଇଛି । ଆଧୁନିକତାର ଛାପ ସହ ଏହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ଓ ସ୍ଥାନୀୟ ଲୋକଙ୍କୁ ବି ରୋଜଗାର ଯୋଗାଇବ । ଏହି କର୍ତ୍ତବ୍ୟ ପଥକୁ ଏବେ ସାଧାରଣ ଜନତାଙ୍କ ପାଇଁ ଖୋଲି ଦିଆଯାଇଛି । ଏବେ ଏଠାରେ ବହୁ ସଂଖ୍ୟାରେ ଲୋକ ଯିବା ଆସିବା ଆରମ୍ଭ କରି ଦେଇଛନ୍ତି । ହେଲେ ଏଠାରେ ଲୋକଙ୍କ ଆବଶ୍ୟକୀୟ ସାମଗ୍ରୀ ଖୁବ୍ କମ ମିଳୁଛି । ଏହାକୁ ଦୃଷ୍ଟିରେ ରଖି ଏବେ ସେଠାରେ ଭେଣ୍ଡର ବ୍ୟବସ୍ଥା କରାଯାଉଛି । ଏଥିପାଇଁ ନୂଆଦିଲ୍ଲୀ ନଗର ପାଳିକା ପରିଷଦ(ଏନଡିଏମସି)ବୁଧବାର କହିଛି ‘କର୍ତ୍ତବ୍ୟ ପଥ‘ରେ ଜିନିଷ ବିକ୍ରି ପାଇଁ ନିର୍ଦ୍ଧାରିତ ୬ଟି ସ୍ଥାନରେ ୯୦ ଆଇସକ୍ରିମ ଠେଲା ଓ ୩୦ ପାଣିର ଟ୍ରଲି ଲାଗି ପାରିବ । ଏଠାରେ କେବଳ ଲାଇସେନ୍ସଧାରୀଙ୍କୁ ବସିବାର ଅନୁମତି ମିଳିବ ।

Share