ଲଗାଣ ବର୍ଷାରେ ବୁଡ଼ିଲା କରୁକୋଣ୍ଡା ପୋଲ

ମାଲକାନଗିରି,୧୭।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଆରମ୍ଭ ହୋଇଯାଇଛିି। ଲଘୁଚାପ ବର୍ଷା ଯୋଗୁ ମାଲକାନଗିରିଠାରୁ ବାଲିମେଳାକୁ ସଂଯୋଗ କରୁଥିବା କରୁକୋଣ୍ଡା ପୋଲ ଉପରେ ୫ ଫୁଟ୍‌ ବର୍ଷା ଜଳ ଚାଲୁଛି। ଫଳରେ ମାଲକାନଗିରିଠୁ ବାଲିମେଳାକୁ ଯୋଗାଯୋଗ ବିଚ୍ଛିନ୍ନ ହେଇଯାଇଛି । ଏହା ସହ ସହର ମଧ୍ୟରେ ଥିବା ରାଜପଥରେ ବର୍ଷାଜଳ ପ୍ରବାହିତ ହେଉଛି ।

Share