କରଓ୍ବାଚୌଥରେ ସ୍ବାମୀଙ୍କ ପାଇଁ ଖାସ୍‌ ବାର୍ତ୍ତା ଦେଲେ ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ କାଜଲ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ପ୍ରାୟତଃ ସୋସିଆଲ ମିଡିଆରେ ଅନେକ ମଜାଦାର ବ୍ୟଙ୍ଗ ଶେୟାର କରିଥାନ୍ତି। କରଓ୍ବାଚୌଥ ପାଳନ ଅବସରରେ କାଜଲ ଏକ ପୋଷ୍ଟ ଶେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟ ମାଧ୍ୟମରେ କାଜଲ ସ୍ବାମୀ ମାନଙ୍କୁ ଏକ ଖାସ୍‌ ମେସେଜ୍‌ ଦେଇଛନ୍ତି। କାଜଲଙ୍କ ପୋଷ୍ଟରେ ଲେଖା ଅଛି, କାର୍‌ ଚଲାଇବା ସମୟରେ ନିଶ୍ଚିତ ଭାବରେ ସିଟ୍‌ ବେଲ୍ଟ ବାନ୍ଧନ୍ତୁ, ବାଇକ ଚଲାଇବା ସମୟରେ ହେଲମେଟ ପିନ୍ଧନ୍ତୁ, କରଓ୍ବାଚୌଥ ଉପରେ ବିଶ୍ୱାସ କରନ୍ତୁ ନାହିଁ। କାଜଲ ଝିଅ ନ୍ୟାସାଙ୍କ ସହ ଏବେ ସିଙ୍ଗାପୁରରେ ରହୁଛନ୍ତି। ନ୍ୟାସାଙ୍କ ପାଠପଢା ପାଇଁ ଭାରତ ଛାଡି ସିଙ୍ଗାପୁରରେ ରହିବାକୁ କାଜଲ ନିଷ୍ପତ୍ତି ନେଇଥିଲେ। କାଜଲ ଶେଷଥର ପାଇଁ ତାନାଜୀ: ଦ ଅନସଙ୍ଗ୍‌ ଓ୍ବାରିୟର୍‌ରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ସେ ସ୍ବାମୀ ଅଜୟ ଦେବଗନଙ୍କ ସହ ନଜର ଆସିଥିଲେ।

Share