କସାଗୁମୁଡ଼ା ବିଡିଓଙ୍କୁ ପଟ୍ଟାଙ୍ଗି ବଦଳି

ପଟାଙ୍ଗି,୩ା୩(ଡି.ଏନ୍‌.ଏ.): ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରକାଶିତ ପାଇଥିବା ବିଜ୍ଞାପନ ତଥା ଚିଠି ଅନୁସାରେ ରାଜ୍ୟର ଓଏଏସ୍‌ ଅଧିକାରୀମାନଙ୍କୁ ବିଭିନ୍ନ ବ୍ଲକରୁ ବିଡିଓଙ୍କୁ ବଦଳି କରାଯାଇଥିବା ଜଣାପଡ଼ିଛି। ରାଜ୍ୟ ପଞ୍ଚାୟତ ବିଭାଗର ଚିଠି ଅନୁଯାୟୀ, ରାଜ୍ୟର ବିଭିନ୍ନ ବ୍ଲକର ୨୨ଜଣ ବିଡିଓଙ୍କ କ୍ଷେତ୍ରରେ ଅଦଳବଦଳ ହୋଇଥିବା ଜଣାପଡ଼ିଛି। ଉକ୍ତ ବଦଳି ନୋଟିଫିକେଶନରେ କୋରାପୁଟ ଜିଲାର ପଟ୍ଟାଙ୍ଗି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌମ୍ୟ ସାର୍ଥକ ମିଶ୍ରଙ୍କୁ କୋରାପୁଟ ପିଏ ଆଇଟିଡିଏ ଭାବେ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ନବରଙ୍ଗପୁର ଜିଲା କସାଗୁମୁଡା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକଙ୍କୁ ନିଯୁକ୍ତି ମିଳିଛି।

Share