ନଦୀପଠାରେ ହସିଲାଣି କାଶତଣ୍ଡୀ

ମହାକାଳପଡ଼ା,୧୦ା୯(ଡି.ଏନ.ଏ.): ଶରତର ଆଗମନରେ ସଜେଇ ହେଲାଣି ପ୍ରକୃତିରାଣୀ, ଶସ୍ୟ ଶ୍ୟାମଳା ଧରିତ୍ରୀ ଉପରେ ଧୋବ ଫରଫର କାଶତଣ୍ଡୀ ଫୁଲ ପବନର ଝିପି ଝିପି ବର୍ଷାରେ ସତେ ଯେମିତି ଦୋଳି ଖେଳୁଛି। ପାର୍ବଣ ଆରମ୍ଭରେ ଖିଲି ଖିଲି ହସୁଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ବଣବୁଦା, ଝାଟି ଜଙ୍ଗଲ, ନଦୀ ପଠା, ଗହୀର ପାଟରେ କାଶତଣ୍ଡୀ ଦେଖିବାକୁ ମିଳୁଛି। ଏହି କାଶତଣ୍ଡୀ ପ୍ରତି ଆକୃଷ୍ଟ ହୋଇ ଚିତ୍ରକର କାନଭାସରେ ପ୍ରତିଛବି ଆଙ୍କି ଥାନ୍ତି। ପ୍ରକୃତିର ଅନବଦ୍ୟ ଅବଦାନ ଓ ଭବିଷ୍ୟତ ପିଢ଼ି ପାଇଁ ଏହା ମନେ ପକାଇବ ବୋଲି ପରିବେଶପ୍ରେମୀ କହିଛନ୍ତି। ଏହି କାଶତଣ୍ଡୀ ଫୁଲର ସମ୍ଭାର ବ୍ଲକର ମହାନଦୀ ପାଶର୍‌ବ ଦଶରଜପୁର ଡିଆବାଲି ପଠାରେ ଲୋକଙ୍କୁ ଆକର୍ଷିତ କରୁଛି। ସେହିପରି ଏହି ଅଞ୍ଚଳ ବଉଦପାଟ ଖରି ଓ ବେଣା ବୁଦା ବଣ, ଗଡ଼ରୋମିତ ବାଲି ପଠା, ପଟଳୀପଙ୍କ ନଦୀ ପାଶର୍‌ବ ବାଲି ପଠା ଆଦିରେ ବହୁଳ ପରିମାଣରେ ଏହି କାଶତଣ୍ଡୀ ଫୁଲର ସମ୍ଭାର ଦେଖିବାକୁ ମିଳୁଛି। ଲୋକଙ୍କ ବିଶ୍ୱାସ ରହିଛି କାଶତଣ୍ଡୀ ଆଗମନରେ ଭଲ ଫସଲ ଉତ୍ପାଦନ ହୋଇଥାଏ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।

Share