Categories: ଜାତୀୟ

କାଶୀ-ବିଶ୍ୱନାଥ କରିଡର ଲୋକାର୍ପିତ…

କାଶୀ-ବିଶ୍ୱନାଥ କରିଡର ଲୋକାର୍ପିତ…
କାଶୀ, ୧୩।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କାଶୀ ବିଶ୍ୱନାଥ କରିଡରର ଲୋକାର୍ପିତ କରିଛନ୍ତି। ଶହ ଶହ ସାଧୁ ତଥା ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ବାବାଙ୍କ ଧାମରେ ନିର୍ମିତ କରିଡର ଉତ୍ସର୍ଗ କରାଯାଇଛି। ଲୋକର୍ପଣ ପୂର୍ବରୁ ପ୍ରଧାନମନ୍ତ୍ରୀ ଗଙ୍ଗାରେ ବୁଡ଼ ପକାଇ ସେଠାରୁ କଳସରେ ପାଣି ନେଇ ବାବା ବିଶ୍ୱନାଥଙ୍କ ଧାମରେ ପହଞ୍ଚିଥିଲେ। ବାବା ବିଶ୍ୱନାଥଙ୍କ ପୂଜାର୍ଚ୍ଚନା କରିବା ପରେ ସେ ଶ୍ରମିକମାନଙ୍କ ଗହଣରେ କରିଡର ନିର୍ମାଣ କରିଥିବାରୁ ସେମାନଙ୍କ ଉପରେ ଫୁଲ ବର୍ଷା କରିଥିଲେ।

ବିଶ୍ୱନାଥ ଧାମରେ ପହଞ୍ଚିବା ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରଭୁ କାଳ ଭୈରବଙ୍କ ପୂଜାର୍ଚ୍ଚନା କରିଥିଲେ। ଏଠାରେ ବାବା ବିଶ୍ୱନାଥଙ୍କ ଇଛା ବିନା କିଛି ହୁଏ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି କରିଡର ନିର୍ମାଣରେ ୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୩୩ ମାସ ସମୟ ଲାଗିଥିଲା।

Share