ବନ୍ଦ ହେଲା କାଶୀ ବିଶ୍ୱନାଥ ମନ୍ଦିର: ୨ କର୍ମଚାରୀ କରୋନା ପଜିଟିଭ୍‌

ବାରାଣସୀ,୨୨।୭: ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏହି କ୍ରମରେ ଧର୍ମନଗରୀ କୁହାଯାଉଥିବା ବାରାଣସୀରେ ମଧ୍ୟ ପ୍ରତିଦିନ ଶହ ଶହ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଉକ୍ତ ସହରରେ ପୋଲିସ, ପିଏସି, ଡାକ୍ତର ଓ ବ୍ୟାଙ୍କ କର୍ମଚାରୀଙ୍କ ପରେ ଏବେ ଏହି ସଂକ୍ରମଣ ମନ୍ଦିରରେ ପହଞ୍ଚିଛି। ସାରା ବିଶ୍ୱରେ ପ୍ରସିଦ୍ଧ ଥିବା କାଶୀ ବିଶ୍ୱନାଥ ମନ୍ଦିରର ୨ଜଣ କର୍ମଚାରୀ ବୁଧବାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାପରେ ସୁରକ୍ଷା ଦୃଷ୍ଟିରୁ ମନ୍ଦିରକୁ ୩ଦିନ ଯାଏଁ ବନ୍ଦ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ ମନ୍ଦିର କାର୍ଯ୍ୟାଳକୁ ସାନିଟାଇଜ୍‌ କରାଯିବ। ଅନ୍ୟପଟେ ଉକ୍ତ ୨କର୍ମଚାରୀଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ପଠାଇଦିଆଯାଇଥିବା ଜଣାପଡ଼ିଛି।

Share