Categories: ଜାତୀୟ

ଶେଷ ହେଲା ଶ୍ରୀ କାଶୀ ବିଶ୍ୱନାଥ ଧାମର କାମ: ଲୋକାର୍ପଣ କରିବେ ମୋଦି

ବାରାଣସୀ,୧୧ ।୧୨: ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିରର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ପୂର୍ବରୁ ମନ୍ଦିରର ପ୍ରଥମ ପର୍ଯ୍ୟାୟ କାମ ଶେଷ ହୋଇଥିବା ସୂଚନା ମିଳିଛି । ଦୀର୍ଘ ୩୩ ମାସ ପରେ ସେଠାରୁ ମେଶିନକୁ ବାହାରକୁ ବାହାର କରାଯାଇଛି । ହେଲେ ଧାମର ଫିନିସିଂ ପାଇଁ ଆଉ ୧୨ ଘଣ୍ଟା ସମୟ ମଗାଯାଇଛି । ମନ୍ଦିର ପ୍ରଶାସନ ୧୨ ଡିସେମ୍ବରକୁ ହ୍ୟାଣ୍ଡଓଭର କରିଦେବ । ୧୩ ଡିସେମ୍ବରକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରେ କାଶୀ ବିଶ୍ୱନାଥ ଧାମର ଲୋକାର୍ପଣ କରାଯିବ । ଏହା ଅଲୌକିକ, ଅଦ୍ଭୁତ ଓ ଅକଳ୍ପନୀୟ ହେବ ବୋଲି ଆଲୋଚନା ହେଉଛି । ମଣ୍ଡଲାୟୁକ୍ତ ଦିପକ ଅଗ୍ରୱାର ଅଧିକାରୀଙ୍କ ସହ ଶ୍ରୀ କାଶୀ ବିଶ୍ୱନାଥ ଧାମ କାର୍ଯ୍ୟର ତଦାରଖ କରିବେ ।

Share