ନବରଙ୍ଗପୁର,୨୩।୭(ବି.ପ୍ର.): ରାୟଗଡ଼ା ଜିଲା ପରେ ନବରଙ୍ଗପୁର ଜିଲାରେ ବ୍ୟାପିଲା ଝାଡ଼ାବାନ୍ତି। ଜିଲାର ନନ୍ଦାହାଣ୍ଡି ବ୍ଲକ ଖଡ଼ିଆଗୁଡା ଗ୍ରାମରେ ଝାଡାବାନ୍ତିରେ ଜଣେ ଜଜ୍ଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬ ଆକ୍ରାନ୍ତ ହୋଇଛନ୍ତି । ଗାଁରେ ଡାକ୍ତରୀ ଦଳ ପହଞ୍ଚତ୍ ନମୁନା ସଂଗ୍ରହ କରିଛନ୍ତି। ଟାଙ୍କି ପାଣି ବ୍ୟବହାରକୁ ବାରଣ କରାଯାଇଛି।
ଦୁଇ ଦିନ ପୂର୍ବରୁ ଗ୍ରାମର ଥବିର ମାଝୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ନନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ସେହିଭଳି ଗ୍ରାମର ଅନ୍ୟ ୧୬ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଖବର ପାଇ ଗ୍ରାମରେ ମେଡିକାଲ ଟିମ ପହଞ୍ଚତ୍ ଗ୍ରାମବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଆକ୍ରାନ୍ତଙ୍କୁ ଚିହ୍ନଟ କରି ମେଡିକାଲ ସ୍ଥାନାନ୍ତର କରୁଛନ୍ତି । ଏଥିସହ ଗ୍ରାମରେ ବିଶୋଧକ ସିଞ୍ଚନ କରି ଲୋକଙ୍କୁ ପାଣି ଫୁଟାଇ ପିଇବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଉଛି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିଛି ସ୍ବାସ୍ଥ୍ୟ ବିଭାଗ। ଲୋକଙ୍କ ନମୁନା ଓ ପାଣି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିବା ସ୍ବାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି । ୧୬ ଆକ୍ରାନ୍ତଙ୍କ ମଧ୍ୟରୁ ଗୁରୁତର ୪ ଜଣଙ୍କୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଅପରିଷ୍କାର ଟାଙ୍କି ପାଣି ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସନ୍ଦେହ କରି ପାଣି ଟାଙ୍କି ସଫା ନ ହେବା ପର୍ଯ୍ୟନ୍ତ ପାଣିକୁ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଛି।