ଭୁବନେଶ୍ୱର,୨୬।୭(ବ୍ୟୁରୋ): ରାୟଗଡ଼ା ଜିଲା କାଶୀପୁରରେ ଝାଡ଼ାବାନ୍ତି ପ୍ରସଙ୍ଗକୁ ନେଇ ମଙ୍ଗଳବାର ବିଧାନସଭାରେ ହଟ୍ଟଗୋଳ ହୋଇଛି। ବିରୋଧୀ ଭାଜପା ଓ କଂଗ୍ରେସ ସରକାରଙ୍କୁ ଘେରିଛନ୍ତି। ଏ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି, ଯେତେବେଳେ ଖବର ପାଇଲୁ କାଶୀପୁରରେ ଝାଡ଼ାବାନ୍ତି ବ୍ୟାପିଛି, ତୁରନ୍ତ ୮ଟି ଟିମ୍ କରାଯାଇ ଡାକ୍ତର ପଠାଗଲା। ମୁଁ ମଧ୍ୟ ସେଠାକୁ ଯାଇଥିଲି। ଘଟଣାର ସମୀକ୍ଷା କରିଥିଲି। ସ୍ବାସ୍ଥ୍ୟ ବିଭାଗ ସଜାଗ ଅଛି, ଝାଡ଼ାବାନ୍ତି ନିୟନ୍ତ୍ରଣରେ ଅଛି। ତୀକ୍ଷଣ ଦୃଷ୍ଟି ରଖାଯାଇଛି। ଆବଶ୍ୟକ ମେଡିସିନ ମହଜୁଦ ରଖାଯାଇଛି। ଝାଡ଼ାବାନ୍ତି କିପରି ନ ବ୍ୟାପିବ ସେଥିନିମନ୍ତେ କଡ଼ା ପଦକ୍ଷେପ ନିଆଯାଉଛି।